Latest Odisha News

ଆଜି ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର; ଆସନ୍ତାକାଲିଠୁ ବର୍ଷା ସମ୍ଭାବନା

ଭୁବନେଶ୍ୱର:  ଆଜିଠୁ ବଦଳିପାରେ ପାଗ । ଆଜି ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଲଘୁଚାପ କ୍ଷେତ୍ର  । ଏହା କ୍ରମେ ଘନୀଭୂତ ହୋଇ ୧୬ ତରିଖ ବେଳକୁ ଅବପତାର ରୂପ ନେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତାକାଲି ଅର୍ଥାତ  ୧୫ ତାରିଖରୁ ପାଗ ମେଘୁଆ ରହିବ ।  ହାଲୁକା ବର୍ଷା ସମ୍ଭାବନା ମଧ୍ୟ ରହିଥିବା ନେଇ ସୂଚନା ଦେଇଛି  ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର  ।

ମିଳିଥିବା ସୂଚନା ଅନୁସାରେ,  ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ସମ୍ଭାବ୍ୟ ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି । ୧୬ ତାରିଖ ବେଳକୁ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଆହୁରିୂ ଘୀନଭୂତ ହୋଇ ଅବପାତରେ ପରିଣତ ହୋଇପାରେ ।

ଏହାର ପ୍ରଭାବରେ ଭଦ୍ରକ, କେନ୍ଦ୍ରାପଡା, କଟକ,ଜଗତସିଂହପୁର, ପୁରୀ,ଗଞ୍ଜାମରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । ଏହି ୬ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

Comments are closed.