Latest Odisha News

BREAKING NEWS

ଆଜିଠୁ ସାରା ରାଜ୍ୟରେ ବିଜେପିର ଜନ ଆକ୍ରୋଶ କାର୍ଯ୍ୟକ୍ରମ: ବ୍ଲକ ଘେରାଉ

ଭୁବନେଶ୍ୱର:ବିଜେଡି ସରକାରର ପିସି କାରବାରକୁ ନେଇ ଗର୍ଜିଛି ବିଜେପି । ଏହାର ପ୍ରତିବାଦରେ ଆଜିଠୁ  ଆରମ୍ଭ କରି ଜନ ଆକ୍ରୋଶ କାର୍ଯ୍ୟକ୍ରମ । ଆଜିଠୁ ବିଜପି ପକ୍ଷରୁ ବ୍ଲକ ଘେରାଉ କାର୍ଯ୍ୟକ୍ରମ ମଧ୍ୟ କରାଯିବ । ୧୮ ତାରିଖ ପର୍ଯ୍ୟନ୍ତ ସମସ୍ତ ବ୍ଲକ ଓ ପୈାରାଂଚଳରେ ବିଜେପିର ଜନ ଆକ୍ରୋଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ରାଜ୍ୟ କାର୍ଯ୍ୟାଳୟରେ ଗତକାଲି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଶ୍ରୀ ରାଜେନ୍ଦ୍ର ପଣ୍ଡା ଏ ସମ୍ପର୍କରେ ସୂଚନା ଦେବା ସହ ବିଜେଡି ସରକାର ଉପରେ ବର୍ଷିଛନ୍ତି । ସେ କହିଛନ୍ତି, ଆବାସ, ମନରେଗା, ପାଇଖାନା, ପାନୀୟ ଜଳ, ରାସନ, ଭତା ପାଇଁ ରାଜ୍ୟର ଗରିବଲୋକଙ୍କ ଉଦ୍ଦେଶ୍ୟରେ ଆସୁଥିବା ଟଙ୍କାକୁ ମିଳିମିଶି ଖାଇ ଯାଉଛନ୍ତି ବିଜେଡିର ନେତା, ମନ୍ତ୍ରୀ ଓ କୁଜିନେତା ।

ସେ କହିଛନ୍ତି,  ମୋଦି ସରକାର ଚତୁର୍ଦ୍ଦଶ ଓ ପଂଚଦଶ ଅର୍ଥ କମିଶନ ସୁପାରିଶ ଆଧାରରେ ଗ୍ରାମାଞ୍ଚଳର ବିକାଶ ପାଇଁ ପ୍ରତ୍ୟେକ ପଂଚାୟତକୁ ସିଧାସଳଖ ପ୍ରଚୁର ମାତ୍ରାରେ ଟଙ୍କା ପଠାଇଛନ୍ତି ।  ହେଲେ ରାଜ୍ୟ ସରକାର ଚଂଚକତା କରି ଏହି ଟଙ୍କାକୁ ହଡପ୍ କରିଛନ୍ତି । ଏହା ବ୍ୟତୀତ ଅତୀତରେ “ଆମ ଗାଁ ଆମ ବିକାଶ” ଏବଂ ବର୍ତମାନ “ଆମ ଓଡିଶା, ନବୀନ ଓଡିଶା” ଯୋଜନା ନାଁରେ ହଜାର ହଜାର କୋଟି ଟଙ୍କା ହଡପ୍ କରାଯାଇଛି ।

ଶ୍ରୀ ପଣ୍ଡା ଅଭିଯୋଗ କରିଛନ୍ତି, ୫୦ ପ୍ରତିଶତ ପିସି ସରକାରଙ୍କ ‘ପିସି ସଂଗ୍ରହ କେନ୍ଦ୍ର’ ପାଲଟିଛି ବ୍ଲକ କାର୍ଯ୍ୟାଳୟ । ଦୁର୍ନୀତିର ପରିମାଣ ଏତେ ବ୍ୟାପକ ହୋଇସାରିଛି ଯେ, ଓଡିଶା ବିକାଶ ପଥରେ ନୁହେଁ ବରଂ ବିନାଶ ପଥରେ ଦୃତ ଗତିରେ ଅଗ୍ରସର ହେଉଛି । ରାଜ୍ୟରେ ଗ୍ରାମାଂଚଳ ବିକାଶ ପାଇଁ ବ୍ଲକକୁ ଯାଉଥିବା ଅର୍ଥକୁ ବ୍ୟାପକ ଚଂଚକତା କରି ହରିଲୁଟ୍ କରୁଛନ୍ତି ବ୍ଲକ କର୍ମଚାରୀ । ଏଥିରେ ସ୍ଥାନୀୟ ବିଜେଡିର କୁଜିନେତାମାନେ ମାଧ୍ୟମ ସାଜିଛନ୍ତି । ଜଣେ ଜଣେ ଲୋକଙ୍କ ଠାରୁ ୨୦ରୁ ୩୦ହଜାର ପର୍ଯ୍ୟନ୍ତ ବିଜେଡି କର୍ମୀ, ବ୍ଲକ ଜିଆରଏସ୍ ଓ ପଂଚାୟତ ପିଇଓ ଲାଂଚ ଗ୍ରହଣ କରି ଅଯୋଗ୍ୟ ଲୋକମାନଙ୍କୁ ଘର ପ୍ରଦାନ କରୁଛନ୍ତି ।

ସେତିକି ନୁହେଁ, ବିଜେଡି କର୍ମୀମାନେ ଦୁଇ ହଜାର ଟଙ୍କା ଲାଂଚ ନେଇ ବିଭିନ୍ନ ବ୍ୟକ୍ତି ମାନଙ୍କୁ ପାଇଖାନା ଘର ବଂଟନ କରୁଛନ୍ତି । ବହୁ ନିର୍ମିତ ପାଇଖାନା ଘର ଆଜି ବ୍ୟବହାର ପାଇଁ ଅନୁପଯୁକ୍ତ ହୋଇପଡିଛି ।  ବିଧବା ଏବଂ ବାର୍ଦ୍ଧକ୍ୟ ଭତା ପ୍ରଦାନ କରିବାରେ ଆଜି ବିଜେଡି ସରକାର ବହୁ ପାତର ଅନ୍ତର ନୀତି ଅବଲମ୍ବନ କରୁଛନ୍ତି । ବିଜେଡି କର୍ମୀ ମାନେ ଗାଁ ଗହଳିରେ ଭତା ଟିଏ କରିଦେବା ପାଇଁ ହଜାର ହଜାର ଟଙ୍କା ଲାଂଚ ନେଉଛନ୍ତି । ଏକ ନମ୍ବର ମୁଖ୍ୟମନ୍ତ୍ରୀର ମିଛ ପ୍ରଚାର କରିଆସୁଥିବା ରାଜ୍ୟ ସରକାର ଭତା ପ୍ରଦାନ କ୍ଷେତ୍ରରେ ସମଗ୍ର ଭାରତବର୍ଷରେ ପଛରେ ପଡିଯାଇଛନ୍ତି ।

ସେହିପରି ଡିଲର ଓ ବ୍ଲକର ସପ୍ଲାଏ ଅଧିକାରୀମାନଙ୍କ ମଧୁଚନ୍ଦ୍ରିକାରେ ହିତାଧିକାରୀମାନଙ୍କ ଚାଉଳକୁ ମାସ ମାସ ଧରି ନଦେଇ ଏହାକୁ ହରିଲୁଟ୍ କରୁଛନ୍ତି । ଫଳରେ ଅଧିକାଂଶ ବ୍ଲକରେ ପିଡିଏସ୍ ଚାଉଳ ବଂଟନ ବ୍ୟବସ୍ଥା ଦୁର୍ନୀତିରେ ଭରି ରହିଛି । ବିଜେଡି ସରକାରଙ୍କ ରାଜ୍ୟରେ ପିଡିଏସ୍ ଚାଉଳ ବଂଟନ ବ୍ୟବସ୍ଥା ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ବୋଲି ଶ୍ରୀ ପରିଡା କହିଛନ୍ତି ।

ମହିଳା ସଶକ୍ତିକରଣ ପାଇଁ ଐତିହାସିକ ନାରୀ ଶକ୍ତି ବନ୍ଦନ ଅଧିନିୟମ ଆଣିଥିବା ମୋଦୀ ସରକାର ଗାଁ ଓ ସହରର ମହିଳା ମାନଙ୍କୁ ଆତ୍ମନିର୍ଭର ଓ ଆର୍ଥିକ ଭାବେ ସଶକ୍ତ କରିବା ପାଇଁ ମହିଳା ସ୍ୱୟଂ ସହାୟିକାଗୋଷ୍ଠୀ ନିମନ୍ତେ ରାଜ୍ୟକୁ ପ୍ରଚୁର ଅର୍ଥ ପ୍ରଦାନ କରୁଥିବାବେଳେ ଏହି ଅର୍ଥକୁ ନିଜର ବୋଲି କହି ମିଶନ ଶକ୍ତି ନାମରେ ବିଜେଡିର ଦଳୀୟ କାର୍ଯ୍ୟକ୍ରମ ଓ ସଭାରେ ସଂଖ୍ୟା ବଢାଇବା ପାଇଁ ଯୋଗ ଦେବା ପାଇଁ ବାଧ୍ୟ କରାଯାଉଛି  ବୋଲି ଶ୍ରୀ ପଣ୍ଡା ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.