Latest Odisha News

BREAKING NEWS

ଶିଶୁ କବିତା : ଆମେ ସବୁ ସୁନାଫୁଲ

ବନ୍ଦିତା ଦାଶ 

ଭାରତ ଆମର ଘର, ଆମେସବୁ ସୁନାଫୁଲ
ହାତରେ ମିଶାଇ ହାତ
ଗାଇବା ଏକତା ଗୀତ
ଶୁଣିବକି ତୁମେସବୁ କୁହ ଏଥର
ଛୋଟିଆ ଆମର ସ୍ଵପ୍ନ
ଆମେ ନୋହୁଁ କେହି ଭିନ୍ନ
ମନରେ ମିଶାଇ ମନ
ଶାନ୍ତିର ବାରତା ଗାନ
ହେଉ ଆଜି ଆମ ପାଇଁ ମୂଳ ମନ୍ତର।୧।

ଛୋଟ ବୋଲି କହିଦେଇ
ଆମକୁ ଏଡ଼ାଇ ଦେଇ
ଆମ ପାଇଁ ତିଆରନା
ଏମିତି ଏକ ରାଇଜ
ଯହିଁ ଥାଏ ନିତିନିତି କେତେ କାଇଦା
ସରଳ ଆମରି ମନ
କର ଟିକେ ନିରୀକ୍ଷଣ
ଲଗାଅନି ନିଆଁ ସେଥି
ଶିଖାଅନି ଭଙ୍ଗାଭଙ୍ଗି
ଅମୃତ ଶିଶୁ କେବେ ନିଏନା ଫାଇଦା।୨।

ଏ ମାଟି ଶିଖାଏ ଦେବା
ଭେଦାଭେଦ ଭୁଲି ଯିବା
ସତ୍ୟ ପଥେ ଚାଲୁଥିବା
ଲକ୍ଷ୍ୟ ସ୍ଥିର ରଖିଥିବା
ତେବେ ଯାଇ ଦିନେ ଆମେ ସଫଳ ହେବା
ବାଲ୍ୟକାଳୁ ଶିଖୁଥିବା
ମାନବିକତା ରଖିବା
ହାରଜିତ୍ ଏଡ଼ାଇବା
ସଭିଙ୍କୁ ଭଲପାଇବା
ଶାନ୍ତି-ପ୍ରୀତି-ମୈତ୍ରେୟୀକୁ ଆପଣେଇବା ।୩।

ଆମେ ସବୁ ଚୂନା ଫୁଲ
ଭାରତ ଆମରି ଘର
ଏଇଠି ପୂରିଚି ଖୁସି
ରହିବା ତ ହସିହସି
ଗଳାମାଳା ହେବା ଆମେ ଏଇ ମାଟିର
ମନରେ ମିଶାଇ ମନ
ଶୁଭିବ ଯେ ଐକ୍ୟତାନ
ଗାଇବା ଏମିତି ଗାନ
ସେ ସବୁରେ ଥିବ ପ୍ରାଣ
ବିଶ୍ଵବାସୀ ଆମ ସହ ହେବେ ଏକତ୍ର।୪।
ପୂରିଯାଉ ଆମ ସପନ
ଭାରତୀୟ ବୋଲି ଆମେ ଅଟୁ ମହାନ ।।

କାଂଶବାହାଲ 

Leave A Reply

Your email address will not be published.