Latest Odisha News

BREAKING NEWS

ଶ୍ରୀଲଙ୍କା ବିପକ୍ଷରେ ଭାରତର ବିଜୟ ଲକ୍ଷ୍ୟ ୨୬୫ ରନ୍

ଲଣ୍ଡନ: ବିଶ୍ୱକପର ଚୁଡ଼ାନ୍ତ ଲିଗ୍ ମ୍ୟାଚରେ ଶ୍ରୀଲଙ୍କା ବିପକ୍ଷରେ ଭାରତର ବିଜୟ ଲକ୍ଷ୍ୟ ରହିଛି ୨୬୫ ରନ୍ । ଶ୍ରୀଲଙ୍କା ଦଳ ଆଞ୍ଜେଲୋ ମାଥ୍ୟୁସଙ୍କ ଦମଦାର ଶତକ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ ହରାଇ କରିଛି ୨୬୪ ରନ୍ ।

ଶ୍ରୀଲଙ୍କା ଅଧିନାୟକ ଦିମୁଥ କରୁଣାରତ୍ନେ ଟସରେ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଭାରତୀୟ ବୋଲରଙ୍କ ସୁନ୍ଦର ବୋଲିଂ ପ୍ରଦର୍ଶନ ଯୋଗୁଁ ଶ୍ରୀଲଙ୍କା ଦଳର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟ ଘଟିଥିଲା । ମାତ୍ର ୧୭ ରନ ହୋଇଥିବା ବେଳେ ଶ୍ରୀଲଙ୍କାର ପ୍ରଥମ ୱିକେଟର ପତ୍ତନ ଘଟିଥିଲା । ଆଞ୍ଜେଲୋ ମାଥ୍ୟୁସ୍ ଦ୍ରୁତ ୧୧୩ ରନ କରି ସୁନ୍ଦର ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି । ହାଥୁରା ଥିରିମାନେ ୫୩ ରନ, ଡ଼ି’ସିଲଭା ୨୯ ରନ କରିଛନ୍ତି ।

ଭାରତୀୟ ବୋଲର୍ ଯଜପ୍ରୀତ ବୁମରା ୩ଟି ମୂଲ୍ୟବାନ ୱିକେଟ ନେବା ଫଳରେ ଶ୍ରୀଲଙ୍କା ଏକ ବିଶାଳ ସ୍କୋର କରିପାରିନଥିଲା । ଅନ୍ୟ ଭାରତୀୟ ବୋଲରଙ୍କ ମଧ୍ୟରେ ଭୁବନେଶ୍ୱର କୁମାର, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡ଼େଜା ଏବଂ କୁଲଦୀପ ଯାଦବ ଗୋଟିଏ କରି ୱିକେଟ ଅକ୍ତିଆର କରିଛନ୍ତି ।

ଭାରତୀୟ ଦଳ: ବିରାଟ କୋହଲୀ (ଅଧିନାୟକ), ରୋହିତ ଶର୍ମା (ଉପ-ଅଧିନାୟକ), କେ ଏଲ ରାହୁଲ, ରିଷଭ ପନ୍ଥ, ହାର୍ଦ୍ଦିକ ପାଣ୍ଡ୍ୟା, ମହେନ୍ଦ୍ର ସିଂହ ଧୋନୀ (ୱିକେଟ ରକ୍ଷକ), ନିନେଶ କାର୍ତ୍ତିକ, ରବୀନ୍ଦ୍ର ଜାଦେଜା, ଭୁବନେଶ୍ୱର କୁମାର, ଜଶପ୍ରିତ ବୁମରା ଏବଂ କୁଲଦୀପ ଯାଦବ ।

Leave A Reply

Your email address will not be published.