Latest Odisha News

BREAKING NEWS

ହିମାଚଳରେ ଥମିନି ପ୍ରକୃତିର ପ୍ରକୋପ:ଆଖି ସାମ୍ନାରେ ଭୁଶୁଡି ପଡିଲା ୪ ମହଲା କୋଠା, ୨୪ ଘଣ୍ଟାରେ ଗଲାଣି ୧୧ ଜୀବନ

କୁଲ୍ଲୁ(ହିମାଚଳ ପ୍ରଦେଶ): ବର୍ଷାର ତାଣ୍ଡବରେ ଥରୁଛି ହିମାଚଳ ପ୍ରଦେଶ । ଏଠି ବର୍ଷା ଧୋଇ ନେଲାଣି ହଜାର ହଜାର ଘର । ବାଦଲଫଟା ବର୍ଷା ଯୋଗୁ ଗଲାଣି ୩୬୦ ଜୀବନ । ତଥାପି ବର୍ଷାର ପ୍ରକୋପ କମିନି । ଭୂସ୍ଖଳନ ଲାଗି ରହିଛି । ବହୁତଳ ପ୍ରାସାଦ ଆଖି ସାମ୍ନାରେ ଭୁଶୁଡି ପଡୁଛି । ପ୍ରକୃତିର ଏ ଭୟଙ୍କର ରୂପ ଦେଖି ଭୟଭୀତ ହୋଇପଡିଲେଣି ଲୋକେ ।

ଗତ ୨୪ ଘଣ୍ଟା ମଧ୍ୟରେ ୧୧ ଜଣଙ୍କ ଜୀବନ ଯାଇଥିବାବେଳେ ୫ଟି ଜାତୀୟ ରାଜପଥ ହୋଇ ଯାଇଛି । ଫଳରେ ଯାନବାହନ ଚଳାଚଳ ବ୍ୟାହତ ହୋଇଛି । ମଣ୍ଡି ପଣ୍ଡୋହରେ ବାଦଲ ଫଟା ବର୍ଷା ଯୋଗୁ ଦୁଇଟି ଘଣ ସହ ସ୍କଲ ବି ପାଣିରେ ଭାସିଯାଇଛ ।

ସେତିକିରେ ପ୍ରକୃତିର ଧ୍ୱଂସଲୀଳା ଶେଷ ହୋଇନି । ଆଜି କୁଲ୍ଲୁର ଆନି ଉପଖଣ୍ଡରେ ଏକ ୪ ମହଲା ବିଶିଷ୍ଟ କୋଠା ଭୁଶୁଡି ପଡିଛି । ଏଥିସହିତ ଆଉ ତିନୋଟି କୋଠା ମଧ୍ୟ ଭୁଶୁଡି ପଡିଛି । ଏହି ଘଟଣାର ଭିଡିଓ ସାମ୍ନାକୁ ଆସିଛି । ଏହି ଘରେ କିଛି ଲୋକ ଥିବା ଭିଡିଓରେ କହୁ୍ଥିବା ସୂଚନା ମିଳିଛି । ତେବେ କେତେ ମୃତାହତ ହୋଇଛନ୍ତି ସେ ନେଇ କୌଣସି ତଥ୍ୟ ହସ୍ତଗତ ହୋଇନାହିଁ ।

ମିଳିଥିବା ତଥ୍ୟ ଅନୁସାରେ, କୁଲ୍ଲୁ ଜିଲ୍ଲାର ଆାନି ବସଷ୍ଟାଣ୍ଡ ନିକଟରେ ଏହି ଘଟଣା ଘଟିଛି । ବସଷ୍ଟାଣ୍ଡ ନିକଟରେ ଅର୍ଥାତ ଏହି କୋଠାର ପଛଭାଗରୁ ଭୂସ୍ଖଳନ ହୋଇଥିଲା । ଭିଡିଓରେ ଦେଖିବାକ ମିଳିଛି, ଗୋଟିଏ ସମୟରେ ପାଖରେ ଥିବା ଗଛ ହଲିବାକୁ ଲାଗିଲା । କିଛି ସମୟ ପରେ ଭୁଶୁଡି ପଡିଲା ୪ ମହଲା କୋଠା । ତେବେ ଠିକ ସେହି ସମୟରେ କିଛି ଲୋକ ଭିଡଓ କରୁଥିଲେ ।

ଭିଡିଓରେ ଜଣେ ବ୍ୟକ୍ତି କହୁଥିବା ଶୁଣିବାକୁ ମିଳୁଛି ଯେ, କୋଠା ଉପରେ ଲୋକ ଅଛନ୍ତି । ତେବେ ଏହି କୋଠାକୁ ଖାଲି କରିବା ପାଇଁ ପ୍ରଶାସନ ଏକ ସପ୍ତାହ ପୂର୍ବରୁ ନୋଟିସ କରିଥିବା ଜାଣିବାକୁ ମିଳିଛି ।

Comments are closed.