Latest Odisha News

BREAKING NEWS

ଭିଜିଲାନ୍ସ ପଞ୍ଝାରେ ରାୟଗଡା ଡିଏଫଓ , ଘର ସମେତ ୭ଟି ସ୍ଥାନରେ ରେଡ୍

ରାୟଗଡା: ଭିଜିଲାନ୍ସ ଜାଲରେ ରାୟଗଡା ଡିଏଫଓ  । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଡିଏଫଓ ବିଜୟ କୁମାର ପରିଡାଙ୍କ ଘରେ ଚଢାଉ କରାଯାଉଛି । ଭୁବନେଶ୍ବର ଓ ରାୟଗଡା ସମେତ ଏକକାଳୀନ ୭ଟି ସ୍ଥାନରେ ରେଡ ଚାଲିଛି  । ଏହି ଚଢାଉରେ ଭିଜିଲାନ୍ସର ୫ଟି ଟିମ୍ ସାମିଲ ରହିଛନ୍ତି । ଭିଜିଲାନ୍ସ ଡିଏସପି ସନ୍ଧ୍ୟା ରାଣୀ ସାହୁଙ୍କ ନେତୃତ୍ବରେ ଏହି ରେଡ୍ ଚାଲିଛି ।

BjdElectrycity

ରାୟଗଡ଼ା, ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲ୍ଲାର ୭ଟି ସ୍ଥାନରେ ଚଢାଉ ହେଉଛି । ରାୟଗଡ଼ାରେ ଥିବା ସରକାରୀ ବାସଭବନ, ରାଣୀଗୁଡ଼ାରେ ଥିବା ଅଫିସ୍, ଭୁବନେଶ୍ୱର ପଟିଆରେ ତିନି ମହଲା ଘର ଓ ସମ୍ପର୍କୀୟଙ୍କ ଘର, କଟକ ସଦରରେ ଥିବା ନିର୍ମାଣାଧୀନ ଘର ଓ ଅନ୍ୟ ଜଣେ ସମ୍ପର୍କୀୟଙ୍କ ଘରେ ରେଡ୍ କରାଯାଉଛି । ଯାଜପୁର ଦାନଗଦିରେ ଥିବା ପୈତୃକ ଘରେ ମଧ୍ୟ ଚଢାଉ କରୁଛି ଭିଜିଲାନ୍ସ ଟିମ୍ । ସରକାରୀ ବାସଭବନରେ ଚଢାଉ ବେଳେ ବୀମା ରସିଦ ଓ ବଣ୍ଡ ସମେତ ବ୍ୟାଙ୍କ ଡିପୋଜିଟ୍ କାଗଜପତ୍ର ଜବତ କରାଯାଇଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କେତେ ସମ୍ପତ୍ତି ଠାବ ହୋଇଛି, ତାହା ଭିଜିଲାନ୍ସ ପକ୍ଷରୁ ସ୍ପଷ୍ଟ ହୋଇନି ।

Leave A Reply

Your email address will not be published.