Latest Odisha News

BREAKING NEWS

ମୁନିଗୁଡାରେ ଲାଲ ଆତଙ୍କ; ପୋଷ୍ଟର ଓ ବ୍ୟାନର ମାରି ୩ ବିଜେଡି ନେତା ଓ ମନ୍ତ୍ରୀଙ୍କୁ ଦେଲେ ଖୋଲା ଧମକ

ମୁନିଗୁଡା: ରାୟଗଡା ଜିଲ୍ଲା ମୁନିଗୁଡା ଥାନା ରାମନାକୁପୁଲି ଛକରେ ମାଓ ବ୍ୟାନର ଓ ପୋଷ୍ଟର ଠାବ ହୋଇଛି । ସିପିଆଇ ମାଓବାଦୀ ବାଘୁନା ଡିଭିଜିନାଲ କମିଟି ତରଫରୁ ଏହି ପୋଷ୍ଟର ଲଗାଯାଇଥିବା ସୂଚନା ମିଳିଛି । କାଶିପୁର ବ୍ଲକର ସୁଙ୍ଗର ପଞ୍ଚାୟତରେ ୨୧ ଜଣଙ୍କୁ ପୋଲିସ ଗିରଫଦାରୀକୁ ନେଇ ମାଓବାଦୀ ପୋଷ୍ଟର ଓ ବ୍ୟାନର ଲଗାଇଥିବା ଦେଖଇବାକୁ ମିଳିଛି । ସେଥିରେ ଜିଲ୍ଲାର ବରିଷ୍ଠ ବିଜେଡି ନେତାମାନଙ୍କୁ ଟାର୍ଗେଟ୍ କରାଯାଇଛି । ରାମନାକୁପୁଲି ଛକ ନିକଟରେ ଏହି ବ୍ୟାନର ଲାଗିଛି। ଗିରଫ ଆଦିବାସୀଙ୍କୁ ବିନା ସର୍ତ୍ତରେ ଖଲାସ ନକଲେ ପରିସ୍ଥିତି ଭୟାବହ ହେବ ବୋଲି ଚେତାବନୀ ଦିଆଯାଇଛି ।

BjdElectrycity

ଏଥିରେ ୩ ପ୍ରମୂଖ ବିଜେଡି ନେତାଙ୍କୁ ଧମକ ଦିଆଯାଇଥିବା ଦେଖିବାକୁ ମିଳିଛି । ରାୟଗଡ଼ା ଜିଲ୍ଲାରେ ନିର୍ଦ୍ଦୋଶ ଲୋକ ଓ ଜନ ଅନ୍ଦୋଳକାରୀଙ୍କୁ ରାତିଅଧିଆ ଉଠାଇ ନେଇ ମାଡ଼ ମାରିବା ଓ ମିଛ କେସରେ ଫସାଇବା ବନ୍ଦ କର। ଜେଲରେ ଥିବା ସମସ୍ତ ବନ୍ଦୀଙ୍କୁ ତୁରନ୍ତ ଖଲାସ କର। ନଚେତ ଏସବୁ ଚକ୍ରାନ୍ତ ଉପରେ ଦାୟୀ ଥିବା ବିଜେଡି ନେତା ଏନ୍ ଭାସ୍କର ରାଓ , ସୁଧିର ଦାଶ ଓ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Leave A Reply

Your email address will not be published.