ଭୁବନେଶ୍ୱର: ରାଜ୍ୟରେ କୁଛିଦିନ ହେବ ପାଗ ମେଘୁଆ ରହିଥିବା ବେଳେ ଆଜିଠୁ ଆକାଶ ମେଘ ମୁକ୍ତ ହେବା ନେଇ ଓଆଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି।
ଏହାସହ ଆଜି ରାତିରୁ ପୁଣିଥରେ ତାପମାତ୍ରା କମିବା ସହ ସହ ଥଣ୍ଡା ମଧ୍ୟ ବଢ଼ିବ। ପାଣିପାଗ ବିଭାଗର ପୂର୍ବନୁମାନ ଅନୁଯାୟୀ ଆଜି ରାତିରୁ ୩-୪ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ତାପମାତ୍ରା ଖସିପାରେ।
ଦୁଇଦିନ ହେବ ତାପମାତ୍ରା ବଢିବା କାରଣରୁ ଥଣ୍ଡା ପ୍ରକୋପ କମିଥିଲା। ମାତ୍ର ଆଜିଠାରୁ ପୁଣିଥରେ ଥଣ୍ଡାର ଲହରୀ ଅନୁଭୁତ ହେବା ନେଇ ବିଭାଗ ପକ୍ଷରୁ ଆକଳନ କରାଯାଇଛି।
Comments are closed.