Latest Odisha News

BREAKING NEWS

ପାକିସ୍ତାନ ଜେଲରୁ ମୁକ୍ତି ପରେ ଆଜି ଜନ୍ମମାଟି କୁତ୍ରାରେ ପହଞ୍ଚିବେ ବିରଜୁ କୁଲୁ

ସୁନ୍ଦରଗଡ଼: ଆଉ କେଇ ଘଣ୍ଟାର ଅପେକ୍ଷା । ୨୦ ବର୍ଷ ପରେ ପରିବାର ଲୋକଙ୍କୁ ଆଖିରେ ଦେଖିବେ । ପାକିସ୍ତାନ ଜେଲରେ ବନ୍ଦୀ ଜୀବନ କାଟିବାପରେ ନିର୍ଦ୍ଦୋଷରେ ଖଲାସ ହୋଇ ଆଜି ନିଜ ଗାଁରେ ପହଞ୍ଚିବେ ସୁନ୍ଦରଗଡ଼ ଜିଲ୍ଲାର ବିରଜୁ କୁଲୁ । ଆଜି ସେ ଝାଡ଼ଖଣ୍ଜରୁ କୁତ୍ରା ଅଭିମୁଖେ ବାହାରିଛନ୍ତି ।

ଗତକାଲି ରାତିରେ ସେ କୁତ୍ରାଠାରୁ ୧୩୨ କିଲୋମିଟର ଦୂର ଝାରଖଣ୍ଡର ଗୁମଲାରେ ରାତି କାଟିଥିଲେ । ଆଜି ସକାଳୁ କୁତ୍ରା ଅଭିମୁଖେ ଵାହାରିଛନ୍ତି । ପାକିସ୍ତାନ ସରକାର ବିରଜୁଙ୍କୁ ଭାରତକୁ ହସ୍ତାନ୍ତର କରିବା ପରେ ସେ ପଞ୍ଜାଵ ଅମୃତସରର ଏକ ସଂଗରୋଧ କେନ୍ଦ୍ରରେ ରହିଥିଲେ ।

ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନକୁ ଅବଗତ କରାଯିବା ପରେ ତାଙ୍କୁ ଅମୃତସରରୁଆଣିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ଵିରଜୁଙ୍କ ଘରବାହୁଡା ଜନ୍ମମାଟିରେ ଉତ୍କଣ୍ଠା ବଢାଇ ଦେଇଛି ।

Leave A Reply

Your email address will not be published.