Latest Odisha News

BREAKING NEWS

ଡ୍ରଗ୍ସ ଲିଙ୍କରେ ଆଜି ଏନସିବିରେ ହାଜର ହେବେ ଅର୍ଜୁନ ରାମପାଲ

ମୁମ୍ୱାଇ: ବଲିଉଡର ଡ୍ରଗ୍ସ ଲିଙ୍କର ଖୋଳତାଡ କରୁଥିବା ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋରେ ଆଜି ହାଜର ହେବେ ଅଭିନେତା ଅର୍ଜୁନ ରାମପାଲ । ତାଙ୍କୁ ଏନେଇପୂର୍ବରୁ ନୋଟିସ୍ ହୋଇଥିଲା । ଆଜି ସକାଳ 10ଟାରେ ହାଜର ହେବାକୁ ନିର୍ଦ୍ଦେଶ ରହିଛି ।

ଗତ ୯ ତାରିଖରେ ତାଙ୍କ ଘରେ ଚଢ଼ାଉ କରିଥିଲା ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ଏତିକିବେଳେ ତାଙ୍କ ଘରୁ କିଛି ନିଷିଦ୍ଧ ସାମଗ୍ରୀ ମିଳିଥିଲା । ଏହାସହ ଲାପଟର୍, ଟ୍ୟାବ ଓ ମୋବାଇଲ୍ ଫୋନ ବି ଜବତ ହୋଇଥିଲା ।

ଗତ ବୁଧବାର ଦିନ ଅର୍ଜୁନ ରାମପାଲଙ୍କ ଗର୍ଲଫ୍ରେଣ୍ଡ ଗେବ୍ରିଏଲାଙ୍କୁ ପ୍ରାୟ ୬ଘଣ୍ଟାର ମାରାଥନ ଜେରା କରିଥିଲ ଏନସିବି । ରାମପାଲଙ୍କ ଘରେ ରେଡ କରିବା ପୂର୍ବରୁ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବଲିଉଡ ଫିଲ୍ମ ନିର୍ମାତା ଫିରୋଜ ନାଦିଆଦଓ୍ୱାଲାଙ୍କ ସ୍ତ୍ରୀଙ୍କୁ ଗିରଫ କରିଥିଲା । ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ବଲିଉଡ ଡ୍ରଗ୍ସ ଲିଙ୍କ ସାମନାକୁ ଆସିଛି । ଏହାର ତଦନ୍ତ କରୁଛି ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ।

Leave A Reply

Your email address will not be published.