ଭୁବନେଶ୍ୱର: କିଛି ଦିନ ବ୍ୟବଧାନରେ ପୁଣି ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଲଘୁଚାପରେ ପରିଣତ ହେବା ପରେ ପଶ୍ଚିମ ଦିଗକୁ ଗତି କରିବ ବୋଲି ସୂଚନା ମିଳିଛି । ଏନେଇ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଏହି ଲଘୁଚାପ ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ତାମିଲନାଡୁ, ଶ୍ରୀଲଙ୍କା ଆଡ଼େ ମୁହାଁଇବ । ଏହାର ପ୍ରଭାବରେ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଭାରତ କେରଳ, ତାମିଲନାଡୁ ଓ ପୁଡୁଚେରୀରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆକଳନ କରାଯାଇଛି ।
Comments are closed.