ଭୁବନେଶ୍ୱର: ଓଡ଼ିଶାରେ ଶୀତ ଲହରୀ ବୃଦ୍ଧି ପାଉଥିବା ବେଳେ ଆଗାମୀ ଦିନରେ ଆହୁରି କଲବଲ କରିବ ଶୀତ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାତିର ସର୍ବନିମ୍ନ ତାପମାତ୍ରା ୨-୩°C ହ୍ରାସ ପାଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମଙ୍ଗଳବାର ସୂଚନା ଦେଇଛି।
ସେହିଭଳି ଝାରସୁଗୁଡ଼ା, କନ୍ଧମାଳ ଓ ସୁନ୍ଦରଗଡ଼ରେ ଶୀତ ଲହରୀ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ମଙ୍ଗଳବାର ଦାରିଙ୍ଗିବାଡ଼ିରେ ରାତି ତାପମାତ୍ରା ସର୍ବନିମ୍ନ ୯.୫ ଡିଗ୍ରୀ ରେକର୍ଡ ହୋଇଛି । ଫୁଲବାଣୀରେ ୧୧, ଝାରସୁଗୁଡ଼ାରେ ୧୧.୧, ଭଦ୍ରକରେ ୧୧.୪, ରାଉରକେଲାରେ ୧୨.୯, କୋରାପୁଟରେ ୧୩, ସୁନ୍ଦରଗଡ଼ରେ ୧୩.୨, କେନ୍ଦୁଝରରେ ୧୩.୪, ଢେଙ୍କାନାଳ ଓ ଅନୁଗୁଳରେ ୧୩.୬, ଭବାନୀପାଟଣାରେ ୧୪.୮ ଓ ନବରଙ୍ଗପୁରରେ ୧୫ ଡିଗ୍ରୀ ରେକର୍ଡ ହୋଇଛି । ବୁଧବାର ରାତିରେ ଫୁଲବାଣୀ, ସୁନ୍ଦରଗଡ଼, ରାଉରକେଲା ଓ ଝାରସୁଗୁଡ଼ାରେ ପାରଦ ୧୦ ଡିଗ୍ରୀ ରହିବ । କେନ୍ଦୁଝର ଓ ଅନୁଗୁଳରେ ୧୨ ଡିଗ୍ରୀ, ଢେଙ୍କାନାଳ, କୋରାପୁଟ ଓ ଭଦ୍ରକରେ ରାତି ତାପମାତ୍ରା ୧୩ ଡିଗ୍ରୀ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
ପାଣିପାଗ ବିଭାଗ ପକ୍ଷରୁ ନଭେମ୍ବର ୧୧-୧୨ ତାରିଖରେ କନ୍ଧମାଳ, ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲା ପାଇଁ ଶୀତ ଲହରୀ ଆଲର୍ଟ ଜାରି କରାଯାଇଛି। ତେବେ ଏହା ପରେ ସର୍ବନିମ୍ନ ତାପମାତ୍ରାରେ ଆଉ କୌଣସି ହ୍ରାସ ହେବ ନାହିଁ।ଓଡ଼ିଶା ଆଡକୁ ଉତ୍ତର-ପଶ୍ଚିମ ପବନର ପ୍ରବାହ ଯୋଗୁଁ ପାରଦ ସ୍ତର ହ୍ରାସ ପାଇଛି।
ଅନ୍ୟପଟେ ଗୁରୁବାର ରାତିରେ ଫୁଲବାଣୀରେ ରାତି ତାପମାତ୍ରା ୧୦ ଡିଗ୍ରୀ ରହିବ । ଝାରସୁଗୁଡ଼ା, ଅନୁଗୁଳ ଓ ରାଉରକେଲାରେ ୧୧ ଡିଗ୍ରୀ ରହିପାରେ । ଶୁକ୍ରବାର ରାତିରେ ଫୁଲବାଣୀରେ ୧୦ ଡିଗ୍ରୀ ଓ ଶନିବାର ରାତିରେ ଫୁଲବାଣୀରେ ୯ ଡିଗ୍ରୀକୁ ଖସିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ରବିବାର ଝାରସୁଗୁଡ଼ାରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୬.୩ ଡିଗ୍ରୀ କମି ୧୧.୬ ଡିଗ୍ରୀ ରେକର୍ଡ ହୋଇଥିଲା । ସୋମବାର ଏହା ପୁଣି କମି ୧୧.୧ଡିଗ୍ରୀ ରେକର୍ଡ ହୋଇଛି । ଗତ ୫ ଦିନରେ ଝାରସୁଗୁଡ଼ାରେ ରାତି ତାପମାତ୍ରା ୫.୮ ଡିଗ୍ରୀ ଖସିଲାଣି । ସମ୍ବଲପୁର ଓ ହୀରାକୁଦରେ ୧୫.୬, ଭୁବନେଶ୍ୱରରେ ୧୬.୨, ବାଲେଶ୍ୱରରେ ୧୭.୮, ପାରାଦୀପରେ ୧୮.୭, ଗୋପାଳପୁରରେ ୧୮.୮, ଚାନ୍ଦବାଲିରେ ୧୯.୨ ଓ ପୁରୀରେ ୨୦.୫ ଡିଗ୍ରୀ ରେକର୍ଡ ହୋଇଛି ।
Comments are closed.