Latest Odisha News

BREAKING NEWS

ଜଳିଲା ସହର; ସାଢେ ୧୧ଟା ସୁଦ୍ଧା ୪୦ ଡିଗ୍ରୀ ଉପରେ ତାପମାତ୍ରା

ଭୁବନେଶ୍ୱର:ଖରାତାତିରେ ଜଳୁଛି ୨ ସହର । ପୂର୍ବାହ୍ନ ସାଢେ ୧୧ଟା ସୁ୍ଦ୍ଧା ରାଜ୍ୟର ୨ ସହରର ତାପମାତ୍ରା ୪୦ ଟପିଲା  । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଲୋକେ ଘରୁ ବାହାରି ପାରୁନାହାନ୍ତି । ଏହି ଦୁଇ ସହର ହେଉଛି ଝାରସୁଗୁଡା ଓ ସମ୍ବଲପୁର । ସାଢେ ୧୧ଟା ସୁଦ୍ଧା ସମ୍ବଲପୁରରେ ତାପମାତ୍ରା ୪୦.୪ ଡିଗ୍ରୀ ଥିବାବେଳେ ଝାରସୁଗୁଡା ହୋଇଛି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର । ଏଠାରେ ସକାଳ ତାପମାତ୍ରା ସର୍ବାଧିକ ୪୦.୬ ଡିଗ୍ରୀ ରହିଛି ।

ସେହିପରି ହୀରାକୁଦ ୩୯.୪, ଚାନ୍ଦବାଲି ୩୭.୮, ଭୁବନେଶ୍ବର ୩୬.୨ ଡିଗ୍ରୀ ସେଲସିୟସ ରହିଛି । କେନ୍ଦୁଝରରେ ୩୪.୮ ଡ଼ିଗ୍ରୀ, ବାଲେଶ୍ୱରରେ ୩୪.୬ ଡ଼ିଗ୍ରୀ,  ପୁରୀରେ ୩୪.୦ ଡ଼ିଗ୍ରୀ ଗୋପାଳପୁରରେ ୩୩.୪ ଡ଼ିଗ୍ରୀ ପାରାଦୀପ: ୩୩.୦ ଡ଼ିଗ୍ରୀ ସେଲସିୟସ ରହିଛି ।

ଆସନ୍ତା ୫ ଦିନ ଖରାତାତି ଆାହୁରି କଲବଲ କରିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଅଧିକାଂଶ ଜିଲ୍ଲାରେ ତାପମାତ୍ରା ୪୨ ଡିଗ୍ରୀ ପାଖାପାଖି ରହିପାରେ। ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ତାପମାତ୍ରା ୪୨ ଡିଗ୍ରୀ ଟପିପାରେ। ଏହି ସମୟରେ କିନ୍ତୁ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ କାଳବୈଶାଖୀ ବର୍ଷା ସମ୍ଭାବନା ଥିବା  ଆକଳନ କରିଛି ପାଣିପାଗ ବିଭାଗ।

ଆସନ୍ତା ୫ ଦିନ ଯାଏ ଦିନର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନୂଆପଡ଼ା, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ଅନୁଗୁଳ, ବଲାଙ୍ଗୀର, ସୋନପୁର, ବୌଦ୍ଧ ଓ କଳାହାଣ୍ଡି ସମେତ ଓଡ଼ିଶାର କେତେକ ଆଭ୍ୟନ୍ତରୀଣ ଅଞ୍ଚଳରେ ପାରଦ ୪୨ ଡିଗ୍ରି ବା ତା’ଠାରୁ ଅଧିକ ହୋଇପାରେ ବୋଲି କହିଛି ପାଣିପାଗ ବିଭାଗ ।

Leave A Reply

Your email address will not be published.