Latest Odisha News

BREAKING NEWS

ସକାଳୁ ସକାଳୁ କଲବଲ କଲା ତାତି; ସାଢେ ୧୧ଟା ସୁଦ୍ଧା ରାଜଧାନୀ ତାପମାତ୍ର ୩୯ ଟପିଲା

ଭୁବନେଶ୍ୱର: ତାତିରୁ ନିସ୍ତାର ନାହିଁ । ସକାଳୁ ସକାଳୁ ଖରା ଆଉ ତାତି  ସାଙ୍ଗକୁ ଝାଞ୍ଜି ଅସ୍ତବ୍ୟସ୍ତ କରି ଦେଉଛି ଜୀବନ । ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ସକାଳ ସାଢେ ୮ଟା ସୁଦ୍ଧା  ୩୨.୮ ଡିଗ୍ରୀ ଛୁଇଁଥିଲା । ଦିନ ଯେତେ ବଢୁଥିଲା, ପାରଦ ସେତେ ଉପରକୁ  ଉଠୁଥିଲା । ପୂର୍ବାହ୍ନ ସାଢେ ୧୧ଟା ସୁଦ୍ଧା ତାପମାତ୍ରା ୩୯.୨ ଡିଗ୍ରୀ ଛୁଇଁଥିଲା ତାପମାତ୍ରା ।

ଗତ କିଛି ଦିନ ଧରି ରାଜ୍ୟରେ ତାତି ଅସହ୍ୟ ହେଉଛି । ଗତକାଲି ନୂଆପଡା ଜିଲ୍ଲାର ସର୍ବାଧିକ ତାପମାତ୍ରା ୪୪ ଡିଗ୍ରୀ ଥିବାବେଳେ ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୨.୮ ଡିଗ୍ରୀ ଥିଲା ।

ଆଜି ଦିନ ୧୧ ଟା ୩୦ ସୁଦ୍ଧା  ସମ୍ବଲପୁରର ତାପାମାତ୍ରା ବି  ୩୯.୨ ଡ଼ିଗ୍ରୀ ଥିଲା । ଅନ୍ୟପକ୍ଷେ ଝାରସୁଗୁଡାର ତାପମାତ୍ରା ୩୮.୪ଡ଼ିଗ୍ରୀ, ହୀରାକୁଦର ୩୭.୪ଡ଼ିଗ୍ରୀ,  ଚାନ୍ଦବାଲିର ୩୫.୬ ଡ଼ିଗ୍ରୀ,  କେନ୍ଦୁଝରର ୩୫.୦ ଡ଼ିଗ୍ରୀ, ବାଲେଶ୍ୱରର  ୩୫.୦ ଡ଼ିଗ୍ରୀ,  ପୁରୀର ୩୩.୦ ଡ଼ିଗ୍ରୀ,  ପାରାଦ୍ୱୀପର ୩୩.୪ ଡ଼ିଗ୍ରୀ ଏବଂ  ଗୋପାଳପୁରରଳ ତାପମାତ୍ରା ୩୩.୪ ଡ଼ିଗ୍ରୀ ସେଲସିୟସ ଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

 

Comments are closed.