Latest Odisha News

BREAKING NEWS

ଲଭ ଟୁଡେର ରିମେକରେ ଏକତ୍ର ଆସିବେ ଅମୀରଙ୍କ ପୁତ୍ର ଜୁନୈଦ ଓ ଶ୍ରୀଦେବୀଙ୍କ ଝିଅ ଖୁସି

ମୁମ୍ବାଇ: ସାଉଥର ସୁପରହିଟ ଫିଲ୍ମ ଲଭ ଟୁଡେର ରିମେକରେ ଅମୀର ଖାଁଙ୍କ ପୁତ୍ର ଜୁନୈଦ ଓ ଶ୍ରୀଦେବୀଙ୍କ ଝିଅ ଖୁସି ଏକତ୍ର ଅଭିନୟ କରିବାକୁ ଯାଉଛନ୍ତି । ସିକ୍ରେଟ ସୁପରଷ୍ଟାର ଓ ଲାଲ ସିଂ ଚଢ଼ା ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ଅଦ୍ୱେର୍ତ ଚନ୍ଦନ ଏହାର ନିର୍ଦ୍ଦେଶକ ରହିଛନ୍ତି । ଫିଲ୍ମର ସଫଳତା ନେଇ ଅଦ୍ୱେର୍ତ ଦୃଢ଼ ଆଶାୟୀ ଅଛନ୍ତି । ଚଳିତ ବର୍ଷ ଜୁଲାଇରୁ ଏହାର ଶୁଟିଂ ଆରମ୍ଭ ହେବ ବୋଲି ମେକର୍ସଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଗତବର୍ଷ ରିଲିଜ ହୋଇଥିବା ତାମିଲ ଫିଲ୍ମ ଲଭ ଟୁଡେରେ ପ୍ରଦୀପ ରଙ୍ଗନାଥନ ଓ ଇଭାନା ମୂଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ।

ଜୁନୈଦ ୟଶରାଜ ବ୍ୟାନରର ଥ୍ରୀଲର ଡ୍ରାମା ମହାରାଜା ମାଧ୍ୟମରେ ବଲିଉଡ ପଦାର୍ପଣ କରିବାକୁ ଯାଉଛନ୍ତି । ସେହିପରି ଖୁସି ଜୋୟା ଅଖତାରଙ୍କ ଦି ଆର୍ଚିଜ ମାଧ୍ୟମରେ ପଦାର୍ପଣ କରିବ । ଏହି ଫିଲ୍ମରେ ସୁହାନ ଖାଁ ଓ ଅଗସ୍ତ୍ୟା ନନ୍ଦ ମଧ୍ୟ ଅଭିନୟ କରୁଛନ୍ତି । ଏହା ଓଟିଟିରେ ରିଲିଜ ହେବ ।

Leave A Reply

Your email address will not be published.