Latest Odisha News

BREAKING NEWS

ଖେଳ ହେଲା କାଳ; କାର ଭିତରେ ପଶି ଡୋର ଲକ କରିଦେଲା ୩ ବର୍ଷର ଶିଶୁ, ଆଉ ତା’ ପରେ..

ବରେଲି: ବାପା-ମା’ଙ୍କର ସାମାନ୍ୟ ଭୁଲ କେତେ ବଡ ବିପର୍ଯ୍ୟୟ ଆଣି ନ ଦେଲା ! ଜୀବନଠୁ ଅଧିକ ଭଲ ପାଉଥିବା କୁନି ଝିଅକୁ ପାଦେ ପାଦେ ଜଗିଥିଲେ । ଆଖିରୁ ଗୋଟିଏ ମୁହୂର୍ତ୍ତ ବି ଛାଡିବାକୁ ଦେଉ ନ ଥିଲେ । ହେଲେ କେମିତି ଏତେ ବଡ ଭୁଲ ହୋଇଗଲା  ଯେ ଚାଲିଗଲ ଝିଅର ଜୀବନ ! ସାମାନ୍ୟ ଅନ୍ୟମନସ୍କତାର ପରିଣାମ ଏତେ ଭୟଙ୍କର ହୋଇପାରେ ? ପୂରା ଘଟଣା ଶୁଣିଲେ ଆପଣଙ୍କ ମନରେ ଠିକ ଏମିତି କିଛି ଭାବନା ଆସିବ ।

ଉତ୍ତରପ୍ରଦେଶ ବରେଲି ଅଞ୍ଚଳର ଘଟଣା । ବିଶାରତଗଞ୍ଜର ଭଗବତ ପୁର ଗାଁରେ ୩ ବର୍ଷର ଶିଶୁ ଖେଳୁଥିଲା । ହେଲେ ଏହି ଖେଳ ଯେ ତା ପାଇଁ ଏମିତି କାଳ ହେବ ଏକଥା କିଏ ଜାଣିଥିଲା ? ଖେଳୁ ଖେଳୁ କାର ଭିତରେ ବନ୍ଦ ହୋଇଗଲା । ଏକଥା ବାପା-ମା’ ଜାଣି ପାରି ନ ଥିଲେ ।

କେତେ ସମୟ ପର୍ଯ୍ୟନ୍ତ ଯେତେବେଳେ ଝିଅ ଘରକୁ ଫେରିଲାନି ବାପା-ମା’ ଚିନ୍ତାରେ ପଡିଗଲେ । ଚାରିଆଡେ ଖୋଜିଲେ । ଶେଷରେ କାର ଭିତରେ ବେହୋଶ ହୋଇ ପଡିଥିବା ଦେଖିବାକୁ ପାଇଥିଲେ । ତୁରନ୍ତ ତାକୁ ଡାକ୍ତରଖାନା ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ପରିବାର ଲୋକଙ୍କ କହିବା ଅନୁଯାୟୀ, ଝିଅ ଯେତେବେଳେ ଖେଳୁଥିଲା ସେତେବେଳେ କାରର ଡୋର ଖୋଲା ଥିଲା । ହେଲେ ଖେଳରେ ଖେଳରେ କୁନି ଝିଅଟି କାର ଭିତରେ ପଡି ଡୋର ବନ୍ଦ କରି ଦେଇଥିଲା  ଏବଂ କାରର ଡୋର ଅଟୋମେଟିକ ଲକ ହୋଇ ଯାଇଥିଲା । ଡୋର ବନ୍ଦ ହୋଇଯବା ପରେ ପିଲାଟି ଖୁବ ଚିତ୍କାର କରିଛି  । ହେଲେ କାଚ ବନ୍ଦ ଥିବାରୁ ପିଲାଟିର ଶବ୍ଦ ବାହାରକୁ ଶୁଭିନି ।

କିଛି ସମୟ ପରେ ଗରମ ସାଙ୍ଗକୁ ଅକ୍ସିଜେନ ଲେବୁଲ କମ ଯାଇଛି । ଯାହା ଫଳରେ ଅଣନିଃଶ୍ୱାସୀ ହୋଇ ଶିଶୁର ମୃତ୍ୟୁ ଘଟିଛି ।

Leave A Reply

Your email address will not be published.