ଭୁବନେଶ୍ୱର: କାଳବୈଶାଖୀର ତାଣ୍ଡବ ପରେ ପୁଣି ବଦଳିବ ପାଗ । କାଳବୈଶାଖୀ ପ୍ରଭାବ ଯୋଗୁ ରାଜ୍ୟର ବହୁ ସ୍ଥାନରେ ବର୍ଷା ହେଉଥିଲା । ଏଥିପାଇଁ ଖରାରୁ ଆଶ୍ୱସ୍ତି ମିଳୁଥିଲା । ହେଲେ ରାଜ୍ୟରେ ପୁଣି ଫେରିବ ହିଟ୍ୱେଭ । ୨୯ରୁ ପୁଣି କଲବଲ କରିବ ତାତି । ୪ ଦିନରେ ରାଜ୍ୟରେ ୬ ଡିଗ୍ରୀ ଯାଏଁ ତାପମାତ୍ରା ବଢ଼ିବ । ଏନେଇ ୪ଟି ଜିଲ୍ଲାକୁ ସତର୍କ କରାଯାଇଛି ।
ସେହି ଚାରୋଟି ଜିଲ୍ଲା ଗୁଡିକ ହେଲା କଳାହାଣ୍ଡି, ସମ୍ବଲପୁର, ସୋନପୁର ଓ ବଲାଙ୍ଗୀର । ରାତିର ତାପମାତ୍ରା ୨ ଦିନ ଭିତରେ ୩ ଡିଗ୍ରୀ ଯାଏ ବଢ଼ିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।
ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ସୋମବାରଠାରୁ ପାରଦ ବୃଦ୍ଧି ପାଇଛି ଏବଂ ଦୁଇ ଦିନ ପରେ ଦିନ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଛୁଇଁବ । ଆଗାମୀ ଦୁଇ ଦିନ ମଧ୍ୟରେ ତାପମାତ୍ରା ୨-୪ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବାର ସମ୍ଭାବନା ରହିଥିବା ପାଣିପାଗ ନିର୍ଦ୍ଦେଶକ ମନୋରୋମା ମହାନ୍ତି ସୂଚନା ଦେଇଛନ୍ତି ।
ତେବେ ସୋମବାର ମାଲକାନଗିରିରେ ଦିନ ତାପମାତ୍ରା ସର୍ବାଧିକ ୩୬.୮ ଡିଗ୍ରୀ ଥିଲା।