କଟକ: ଐତିହାସିକ ସହର କଟକ। ଏଠାରେ ପାର୍ବଣର ପରମ୍ପରା ନିଆରା। ଚଳିତ ବର୍ଷ କୋଭିଡ ପୂଜାର ମହୋଲକୁ ଫିକା କରି ଦେଇଥିବା ବେଳେ ଆଜି ଅନଲାଇନରେ ପ୍ରସାରିତ ହେବ ରାବଣ ପୋଡି ଉତ୍ସବ।
କଟକ ସହରର ବାରବାଟୀ ସର୍ବଧର୍ମ ସାଂସ୍କୃତିକ ପରିଷଦର ରାବଣ ପୋଡି କାର୍ଯ୍ୟକ୍ରମ ଆଜି ସନ୍ଧ୍ୟାରେ ଅନଲାଇନରେ ପ୍ରସାରିତ ହେବ। ଏହା ସେମାନଙ୍କ ଫେସବୁକ ପେଜ “ବାରବାଟୀ ସର୍ବଧର୍ମ ସାଂସ୍କୃତିକ” ପରିଷଦ ଏବଂ ୟୁଟ୍ୟୁବ ଚ୍ୟାନେଲ “ବାରବାଟୀ ସର୍ବଧର୍ମ ସାଂସ୍କୃତିକ ପରିଷଦ”ରେ ରାତି ୮ ଟାରୁ ୯ ଟା ପର୍ଯ୍ୟନ୍ତ ପ୍ରସାରିତ ହେବ। ରାବଣପୋଡି ସ୍ଥାନରେ କୌଣସି ଜନସମାଗମ ତଥା କୋଭିଡ ନିର୍ଦ୍ଦେଶାବଳୀ ଉଲ୍ଲଂଘନ ନକରିବା ପାଇଁ ଏହି ରାବଣପୋଡି ଉତ୍ସବର ଲାଇଭ ୱେବକାଷ୍ଟ କାରାଯିବାର ନିଷ୍ପତ୍ତି ନିଆଯାଇଛି ।
Comments are closed.