ନୂଆଦିଲ୍ଲୀ: ବାଜା ବାଜୁଥିଲା । ନାଚଗୀତ ମଧ୍ୟ ହେଉଥିଲା । ବରବେଶରେ ସଜ୍ଜେଇ ମଧ୍ୟ ହୋଇଥିଲେ ବର । ଠିକ୍ ସମୟରେ ମଣ୍ଡପରେ ପହଞ୍ôଚଥିଲେ ବର ସହ ବରଯାତ୍ରୀ । ସେଠାରେ କନ୍ୟା ଘର ପକ୍ଷରୁ ବରକୁ ସ୍ୱାଗତ ମଧ୍ୟ କରାଗଲା । ହେଲେ ବର ବଦଳରେ ଥିଲା ବରଙ୍କ ଫଟୋ ଚିତ୍ର । ଏମିତି ଏକ ଅଜବ ବିବାହ ଉତ୍ସବ ଆୟୋଜିତ ହୋଇଛି ମିରଟ୍ରେ,ଯାହା ଆପଣ କେବେ ଦେଖି ନ ଥିବେ ବା ଶୁଣି ନ ଥିବେ । ବୁଧବାର ଧୁମ୍ଧାମ୍ରେ ପାଳିତ ହୋଇଥିଲା ଏହି ନିଆରା ବାହାଘର । ଦୀର୍ଘ ୧୭ ବର୍ଷ ପୂର୍ବେ ମୃତ୍ୟୁବରଣ କରିଥିବା ୪ ପିଲାଙ୍କର ଏଭଳି ବିବାହ ଉତ୍ସବ ଆୟୋଜନ ହୋଇଥିଲା । ସେଥିମଧ୍ୟରେ ଦୁଇ ଜଣ ପୁଅ ଥିବା ବେଳେ ଦୁଇ ଜଣ ଝିଅ ମଧ୍ୟ ଥିଲେ ।
ମିରଟ୍ର ରାଜବୀରଙ୍କ ଝିଅ ରୂପାଙ୍କ ମୃତୁୁ୍ୟ ୧୭ ବର୍ଷ ପୂର୍ବେ ହୋଇଥିଲା । ସେତେବେଳେ ରୂପାଙ୍କ ବୟସ ମାତ୍ର ୫ ବର୍ଷ ଥିଲା । ସେହିପରି ତାଙ୍କ ପଡ଼ୋଶୀ ମୁନେଶଙ୍କ ଝିଅ ପାୟଲର ମଧ୍ୟ ଏହି ସମୟରେ ମୃତ୍ୟୁ ହୋଇଥିଲା । ଏହାବାଦ୍ ବାବନପୁର ନିକଟ ଆଲମପୁର ଗାଁର ଅକ୍ଷୟ ଓ ଗୋବିନ୍ଦାଙ୍କ ପୁଅଙ୍କର ୬ ବର୍ଷ ବୟସରେ ମୃତ୍ୟୁ ହୋଇଥିଲା । ଆଲମପୁରରୁ ଏହି ଦୁଇ ଜଣଙ୍କ ଫଟୋକୁ ବର ବେଶରେ ସଜାଯାଇ ନାଚଗୀତ ରୋଶଣି ଭିତରେ ବରଯାତ୍ରୀ ଆସି ପହଞ୍ôଚଥିଲେ ମଣ୍ଡପରେ । ସେଠାରେ ମୃତ ରୂପା ଓ ପାୟଲଙ୍କ ଫଟୋକୁ କନ୍ୟା ବେଶରେ ସଜ୍ଜିତ କରାଯାଇ ତାଙ୍କ ଘର ଲୋକ ମଣ୍ଡପରେ ବରକୁ ସ୍ୱାଗତ କରିଥିଲେ । ପରମ୍ପରା ଅନୁଯାୟୀ ସମସ୍ତ ରୀତିନୀତିରେ ବିବାହ ଆୟୋଜନ କରାଯାଇଥିଲା । ଏହି ଉତ୍ସବରେ ଉଭୟ ବରକନ୍ୟା ପରିବାର ଲୋକଙ୍କ ସମେତ ବନ୍ଧୁବାନ୍ଧବ ଓ ପରିଜନ ସାମିଲ ହୋଇଥିଲେ । ପରେ ଭୋଜିଭାତର ମଧ୍ୟ ଆୟୋଜନ କରାଯାଇଥିଲା । ବିବାହ ପରେ ବରକନ୍ୟାଙ୍କୁ ବିଦାୟ ମଧ୍ୟ କରାଯାଇଥିଲା । ଏଠାକାର ଲୋକେ ଏହି ପରମ୍ପରାକୁ କେଉଁ କାଳରୁ ମାନି ଆସୁଛନ୍ତି । ଗ୍ରାମର ମୁଖିଆଙ୍କ କହିବା କଥା ହେଲା , ଏହି ପରମ୍ପରା ସେହି ଗାଁର ସ୍ୱତନ୍ତ୍ର । ଗାଁର ଯଦି କୌଣସି ଝିଅର କମ୍ ବୟସରୁ ମୃତ୍ୟୁ ହୋଇଯାଏ ସେ ସାବାଳିକା ହେବା ପରେ ଗାଁର ମୃତ୍ୟୁବରଣ କରିଥିବା ପୁଅ ସହ ଧୁମ୍ଧାମ୍ରେ ବିବାହ କରାଯାଇଥାଏ । ଏଥିପାଇଁ ବର ଖୋଜା ମଧ୍ୟ ହୋଇଥାଏ ।
BREAKING NEWS
- ଭାଲୁକୁଣି ବିସର୍ଜନ ବେଳେ ଅଘଟଣ; DJ ସାଉଣ୍ଡ ବକ୍ସ ପଡ଼ି ୭ ଆହତ
- ଭୂକମ୍ପରେ ଥରିଲା ଓଡ଼ିଶା; ଏହି ସ୍ଥାନରେ ୩.୯ ତୀବ୍ରତାର ଝଟକା…
- ସର୍ଭେ ରିପୋର୍ଟ : ୭୦% ରୁ ଅଧିକ ୟୁକ୍ରେନବାସୀ ଦୁର୍ନୀତି ପାଇଁ ଜେଲେନସ୍କିଙ୍କୁ ଦାୟୀ ମନେକରୁଛନ୍ତି
- ଇରାନ-ଆମେରିକା ସଂଘର୍ଷ: ଭୟ ଆଉ ଚିନ୍ତା ଭିତରେ ଇରାନରେ ଖୋଲିଲା ସ୍କୁଲ୍
- ବସରୁ ଖସି ପଡ଼ିଲେ ରୋହିତ ଶର୍ମା; ଚିନ୍ତାରେ ଫ୍ୟାନ୍ସ
- ବିଜେପି ନେତାଙ୍କୁ ପ୍ରାଣାନ୍ତକ ଆକ୍ରମଣ; ଡାକ୍ତରଖାନାରେ ଭର୍ତ୍ତି
- Odisha Vigilance:୩୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଓ ତାଙ୍କ ସହଯୋଗୀ
- ସମ୍ ହସ୍ପିଟାଲରେ ନୂତନ ହୃଦ୍ ଚିକିତ୍ସା: ଟିଏଭିଆର୍ ପଦ୍ଧତିରେ ୭୧ ବର୍ଷୀୟା ମହିଳାଙ୍କୁ ମିଳିଲା ନୂଆ ଜୀବନ
- Asian Games 2026:ଜାଭେଲିନ୍ ଥ୍ରୋ’ରେ ଭାରତର ଚମତ୍କାର ପ୍ରଦର୍ଶନ: ଯଶ୍ବୀରଙ୍କୁ ରୌପ୍ୟ ଓ ରୋହିତଙ୍କୁ ବ୍ରୋଞ୍ଜ
- ସରିଲା ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା

Comments are closed.