Latest Odisha News

BREAKING NEWS

ପୂଜା ବେଳେ ମାଆ ସରସ୍ୱତୀଙ୍କ ମୂର୍ତ୍ତିକୁ କଚାଡ଼ି ଭାଙ୍ଗିଦେଲେ ୨ ଭଉଣୀ

କାମାକ୍ଷାନଗର: ବିଦ୍ୟାଦାତ୍ରୀ ମାଆ ସରସ୍ୱତୀଙ୍କ ଆବାହନ ପ୍ରତିଟି ଶିକ୍ଷାନୁଷ୍ଠାନ ଉତ୍ସବ ମୁଖରିତ ହୋଇ ଉଠିଛି । ହେଲେ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା କଣ୍ଟପାଳ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଛି ।

ଦୁଇ ଭଉଣୀଙ୍କ ହାଇଡ୍ରାମା ପାଇଁ ବିଦ୍ୟାଦାତ୍ରୀ ସରସ୍ୱତୀଙ୍କ ପୂଜା ହୋଇ ପାରିନାହିଁ । ପୂଜା ବେଳେ ଆସ୍ଥାନରୁ ମାଆଙ୍କ ମୃଣ୍ମୟୀ ମୂର୍ତ୍ତି ନେଇ ଫିଙ୍ଗି ଦେଇଛନ୍ତି ୨ ଭଉଣୀ । ବିଦ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପୋଲିସ ୨ ଭଉଣୀଙ୍କୁ ଅଟକ ରଖି ତଦନ୍ତ କରୁଛି ।

୨ ଭଉଣୀ ଉର୍ମିଳା ଓ ପ୍ରମିଳା ସାହୁ ବିଦ୍ୟାଳୟରେ ପଶି ମାଆ ସରସ୍ୱତୀଙ୍କ ମୂର୍ତ୍ତି ଭାଙ୍ଗି ଦେବା ସହ ବିଦ୍ୟାଳୟର ନାଁକୁ ଲିଭାଇ ଦେଇଛନ୍ତି । କଣ୍ଟାପାଳ ୨ ନମ୍ବର କଲୋନୀର ଟାଙ୍ଗୁରୁ ସାହୁଙ୍କ ନାଁରେ ଥିବା ଜାଗାରେ ବିଦ୍ୟାଳୟ ଥିବା ଅଭିଯୋଗ କରି ଏମିତି ହଙ୍ଗାମା କରିଛନ୍ତି ୨ ଭଉଣୀ ।

ଗତ ୨୧ ତାରିଖରେ ମଧ୍ୟ ଉର୍ମିଳା ଓ ପ୍ରମିଳା ବିଦ୍ୟାଳୟ ହତା ଭିତରକୁ ପଶି ଧମକ ଚମକ ଦେଇଥିବା ଅଭିଯୋଗ ହୋଇଥିଲା । ଆଉ ଆଜି ମାଆ ସରସ୍ୱତୀଙ୍କ ମୂର୍ତ୍ତି ଭାଙ୍ଗି ଜାଗା ବିବାଦକୁ ଥାନାକୁ ଟାଣିଛନ୍ତି । ପୋଲିସ ୨ ଭଉଣୀଙ୍କୁ ଅଟକ ରଖି ତଦନ୍ତ କରୁଛି ।

Leave A Reply

Your email address will not be published.