Latest Odisha News

BREAKING NEWS

ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜ ପୂର୍ବରୁ ଭାରତକୁ ଝଟକା, ଓହରିଲେ ରିତୁରାଜ

ରାଂଚୀ: ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜ ପୂର୍ବରୁ ଭାରତ ଝଟକା ଲାଗିଛି । ଦଳର ବିସ୍ଫୋରକ ଓପନର ରିତୁରାଜ ଗାଏକ୍ୱାଡ ଆଘାତ ସମସ୍ୟା ଯୋଗୁ ଓହରି ଯାଇଛନ୍ତି । ଶୁକ୍ରବାର ରାଂଚୀରେ ପ୍ରଥମ ଟି୨୦ ମ୍ୟାଚ ଖେଳାଯିବ । ଏହି ସିରିଜ ପାଇଁ ଦଳର ସିନିୟର ବ୍ୟାଟ୍ସମ୍ୟାନଙ୍କୁ ବିଶ୍ରାମ ଦିଆଯାଇଛି । ହାର୍ଦ୍ଦିକ ପାଣ୍ଡ୍ୟା ଦଳର ନେତୃତ୍ୱ ନେବେ । ରିତୁରାଜ ଏବେ ଏନସିଏରେ ଚିକିତ୍ସିତ ହେବେ । ରଣଜୀ ଟ୍ରଫିରେ ମଧ୍ୟ ସେ ଆଘାତ ଯୋଗୁ ତାଙ୍କ ଚିରାଚରିତ ଖେଳ ପ୍ରଦର୍ଶନ କରିପାରି ନ ଥିଲେ । ସେ ଓହରିଯିବା ସତ୍ୱେ ଭାରତୀୟ ଦଳରେ ଏବେ ବି ୩ ଓପନର ଅଛନ୍ତି ।

ଈଶାନ କିଶାନ, ଶୁଭମନ ଗିଲ ଓ ପୃଥ୍ୱୀ ଶଙ୍କ ମଧ୍ୟରୁ କେଉଁ ୨ଜଣ ଓପନିଂ କରିବେ ତାହା ଟିମ ମ୍ୟାନେଜମେଂଟ ସ୍ଥିର କରିବ । ନିକଟରେ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରି ପୃଥ୍ୱୀ ଜାତୀୟ ଦଳକୁ ପ୍ରତ୍ୟାବର୍ତନ କରିଛନ୍ତି ।

Leave A Reply

Your email address will not be published.