Latest Odisha News

BREAKING NEWS

ୟୁକ୍ରେନର ରାଜଧାନୀ କିଭରୁ ହଟିଲା ସପ୍ତାହନ୍ତ କର୍ଫ୍ୟୁ

କିଭ୍: ଯୁଦ୍ଧ ସମୟରେ ୟୁକ୍ରେନରେ ଫସି ରହିଥିବା ଲୋକଙ୍କ ପାଇଁ ଖୁସି ଖବର । ୟକ୍ରେନର ରାଜଧାୀ କିଭରୁ ହଟିଲା ସପ୍ତାହନ୍ତ କର୍ଫ୍ୟୁ । ଟ୍ରେନ ଜରିଆରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବକା ପାଇଁ ପରାମର୍ଶ ଦିଆଯାଇଛି । ସେଠାରେ ଫସି ରହିଥିବା ଛାତ୍ରଛାତ୍ରୀଙ୍କୁ ପଶ୍ଚିମ ଭାଗ ପଟେ ରେଳ ଷ୍ଟେସନକୁ ଯିବା ପାଇଁ ପରାମର୍ଶ ଦିଆଯାଇଛି ।

ଫସି ରହିଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ୟୁକ୍ରେନ ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରିଛି । ଅନ୍ୟପଟେ ଲୋକେ ଷ୍ଟେସନରେ ପହଞ୍ଚିବା ପାଇଁ ୭ କିଲୋମିଟର ରାସ୍ତା ଅତିକ୍ରମ କରୁଛନ୍ତି ।

ଭାରତୀୟ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ଏକ ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି । ଏନେଇ ଭାରତୀୟ ଦୂତବାସ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।

Comments are closed, but trackbacks and pingbacks are open.