Latest Odisha News

BREAKING NEWS

ଚାଲିଥିଲା ଧର୍ମଶାଳା ଟି-୨୦ ମ୍ୟାଚ୍‌, ଅନ୍ କ୍ୟାମେରାରେ କାହାକୁ କଫି ଯାଚିଥିଲେ ରୋହିତ୍ ?

ଭୁବନେଶ୍ୱର: ଧର୍ମଶାଳା ଟି-୨୦ ମ୍ୟାଚରେ ନିଜ ଶକ୍ତି ପ୍ରଦର୍ଶନ କରିଥିଲା ରୋହିତଙ୍କ ରାଉଡି ଦଳ । ଶ୍ରୀଲକ୍ଷା ବିପକ୍ଷ ଦ୍ୱିତୀୟ ମ୍ୟାଚରେ ଭାରତ ୭ ୱିକେଟ୍‌ରେ ବିଜୟ ହାସଲ କରିଥିଲା । ତେବେ ତୃତୀୟ ମ୍ୟାଚରେ ବି ଭାରତ ଶ୍ରୀଲଙ୍କାକୁ ପରାଜିତ କରି ସିରିଜ୍ ନିଜ ନାଁରେ ପଂଜିକୃତ କରିଛି । ଶନିବାର ଦିନ ଦ୍ୱିତୀୟ ମ୍ୟାଚ୍ ଅବସରରେ ଖେଳାଳିଙ୍କୁ ପ୍ରବଳ ଥଣ୍ଡା ଅନୁଭୂତ ହୋଇଥିଲା । ଏହି ମ୍ୟାଚରେ ରୋହିତ ଏତେଟା କମାଲ ଦେଖାଇନଥିଲେ ବି ମଧ୍ୟକ୍ରମ ବ୍ୟାଟ୍ସମ୍ୟାନଙ୍କ ଧମାଲ୍ ଦେଖିବାକୁ ସୁଯୋଗ ପାଇଥିଲେ ।

ଏହି ମ୍ୟାଚ୍ ଅବସରରେ ରୋହିତଙ୍କୁ ଡ୍ରେସିଂ ରୁମ୍‌ରେ କଫି ପିଇବାରେ ଦେଖିବାକୁ ମିଳିଥିଲା । ଗୋଟେପଟେ ଭାରତ ରନ୍ ଚେଜ୍ କରୁଥିଲାବେଳେ ରୋହିତ କଫି କପ୍‌ରୁ ଗରମାଗରମ୍ ଚୁସ୍କି ନେଉଥିଲେ । ସେହି ସମୟରେ ରୋହିତ ଅନ୍ କ୍ୟାମେରାରେ କଫି ଯାଚିଥିଲେ । ଏହି ଭିଡିଓଟି ବହୁଳ ମାତ୍ରାରେ ଭାଇରାଲ୍ ହୋଇଥିଲା । ଅନେକ ଲୋକ ଏହି ଭିଡିଓକୁ ନେଇ ଭିନ୍ନଭିନ୍ନ କଳ୍ପନା କରିଥିଲେ । ହେଲେ ସେଦିନ ରୋହିତ୍ କ୍ୟାମେରାମ୍ୟାନଙ୍କୁ ହିଁ କଫି ଯାଚିଥିବା ଜଣାପଡିଛି ।

ଭାରତର ଏହି ୩୪ ବର୍ଷୀୟ ଧୁଆଁଧାର ବ୍ୟାଟ୍ସମ୍ୟାନ୍ ମଜାକିଆ ଅନ୍ଦାଜରେ କ୍ୟାମେରାମ୍ୟାନଙ୍କୁ କଫି ଯାଚିବା ସହ ମୁରୁକି ହସିଦେଇଥିଲେ । ବିସିସିଆଇର ଅଫିସିଆଲ୍ ଟୁଇଟର୍ ଓ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଭିଡିଓଟି ବହୁଳ ଭାବେ ଭିୟର୍ସିପ୍ ହାସଲ କରିଛି ।

Comments are closed, but trackbacks and pingbacks are open.