Latest Odisha News

BREAKING NEWS

୩୨୨ ଗ୍ରାମ ବ୍ରାଉନସୁଗର ଜବତ: ୬ ଗିରଫ, ପିସ୍ତଲ ଓ ଜୀବନ୍ତ ଗୁଳି ଜବତ

ରାଉଲକେଲା: ରାଉରକେଲା ପୋଲିସ ୬ଜଣ ପ୍ଲାଣ୍ଟ ସାଇଡ଼ ବ୍ରାଉନସୁଗର ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣାରେ ସମ୍ପୃକ୍ତ ଆଉ ଦୁଇ ଜଣ ଫେରାର ହୋଇଯାିଥିବା ବେଳେ ଦୁଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଛାନଭିନ ଆରମ୍ଭ କରିଛି ।

ଗିରଫ ହୋଇଥିବା ୬ ଜଣଙ୍କ ଠାରୁ ୩୨୨ ଗ୍ରାମର ବ୍ରାଉନସୁଗର ଜବତ କରିଛି ପୋଲିସ ।  ଯାହାର ଆନୁମାନିକ ମୁଲ୍ୟ ୭ ଲକ୍ଷରୁ ହେବ ବୋଲି ଜଣାପଡ଼ିଛି । ଅନ୍ୟପଟେ ଏହି ଅଭିଯୁକ୍ତମାନଙ୍କ ଠାରୁ ଦୁଇଟି ଦେଶୀ ପିସ୍ତଲ, ଦୁଇଟି ମ୍ୟାଗାଜିନ, ୭ ଟି ଜୀବନ୍ତ ଗୁଳି, ନଗଦ ୧ ଲକ୍ଷ ୨୬ହଜାରଟଙ୍କା, ବ୍ୟାଙ୍କରେ ଏଫଡ଼ି ୨୫ଲକ୍ଷ ଟଙ୍କାର ବଣ୍ଡ, ୧୩ ଲକ୍ଷ ଟଙ୍କାର ବ୍ୟାଙ୍କ ଖାତା, ୩ଟି ମୋବାଇଲ, ୨ଟି ବାଇକ ସହ ଗୋଟିଏ ସ୍କୁଟି ଜବତ କରିଛି ପ୍ଲାଣ୍ଟ ସାଇଡ଼ ପୋଲିସ ।

ରାଉରକେଲା ପୋଲିସର ସ୍ବତନ୍ତ୍ର ଟିମ ଏହି ବ୍ରାଉନସୁଗର ବ୍ୟବସାୟୀଙ୍କୁ ପୂର୍ବରୁ ଟ୍ରାକ୍ କରିଥିଲା । ଗିରଫ ୬ ଜଣଙ୍କ ମଧ୍ୟରୁ ଦୁଇ ଦିନ ପୁର୍ବରୁ ପୋଲିସ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଆଜି ରାଉରକେଲା ମିନାପଡ଼ାରେ ବ୍ରାଉନସୁଗର ବିକ୍ରି କରୁଥିବା ବେଳେ ଏମଡ଼ି ଜରାଦ, ବିବେକ ଶଙ୍କର ସହ ବଜରଙ୍ଗ ସା’ଙ୍କୁ ପୋଲିସ ଗିରଫ କରିଛି ।

ଗିରଫ ହୋଇଥିବା ୬ ଜଣ ଅଭିଯୁକ୍ତମାନେ ହେଲେ ରୋଶନ ରାଏ, ଇରଫାନ ଆଲମ, ଏମଡ଼ି ନାସିମ, ଏମଡ଼ି ଜରାଦ, ବିବେକ ଶଙ୍କର ଓ ବଜରଙ୍ଗ ସା। ଏହି ୬ ଜଣଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଥିବା ବେଳେ ସେହବାଜ ଖାଁ ଓ ନଉସାଦ ଖାଁ ଫେରାର ଏବେ ଫେରାର ଅଛନ୍ତି ।

Comments are closed, but trackbacks and pingbacks are open.