ଭୁବନେଶ୍ୱର: କରୋନା ସଂକ୍ରମଣ ବଢୁଥିବାରୁ ରାଜ୍ୟରେ କଡ଼ାକଡ଼ି ହେଉଛି କଟକଣା । ଆଜିଠୁ ଛତିଶଗଡ଼ ସୀମାନ୍ତ ୧୦ ଜିଲ୍ଲାର ସହରାଞ୍ଚଳରେ ଆରମ୍ଭ ହୋଇଛି ସପ୍ତାହନ୍ତ ସଟଡାଉନ୍ । ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରିର ସହରାଞ୍ଚଳରେ ଆଜି ଓ କାଲି ଦୁଇ ଦିନ ସଟଡାଉନ୍ ବଳବତ୍ତର ରହିବ । ବନ୍ଦ ରହିଛି ଦୋକାନ ବଜାର । ବ୍ୟବସାୟିକ ପ୍ରତିଷ୍ଠାନ । ଏସବୁ ଜିଲ୍ଲାର ସହରାଞ୍ଚଳରେ ଚେକିଂକୁ କଡ଼ାକଡ଼ି କରାଯାଇଛି । ମୁତୟନ ହୋଇଛନ୍ତି ବ୍ୟାପକ ପୋଲିସ ।
ତେବେ ସଟଡାଉନ ବେଳେ ଜାରି ରହିଛି ରହିବ ଅତ୍ୟାବଶ୍ୟକ ସେବା । ହସ୍ପିଟାଲ, କ୍ଲିନିକ୍, ନର୍ସିଂ ହୋମ୍ ଓ ମେଡିସିନ ଷ୍ଟୋର ଖୋଲା ରହିଛି । ଆମ୍ବୁଲାନ୍ସ ସେବା, ପୋଲିସ ଓ ଫାୟାର ସର୍ଭିସ, ଜରୁରୀ ସେବାରେ ଥିବା ସରକାରୀ କର୍ମଚାରୀ, ଟେଲିକମ ସେବାକୁ ବାଦ ଦିଆଯାଇଛି । ପେଟ୍ରୋଲଲ ପମ୍ପ, ରନ୍ଧନ ଗ୍ୟାସ ଯୋଗାଣ ଉପରେ କଟକଣା ନାହିଁ । ଜଳ ଯୋଗାଣ, ସଫେଇ କାମ, ବିଦ୍ୟୁତ ସେବା ଯୋଗାଣ ଓ ବଣ୍ଟନ ଜାରି ରହିବ ।
ସେହିପରି ମାଲ ପରିବହନ, ଶିଳ୍ପାନୁଷ୍ଠାନ ଓ ନିର୍ମାଣ କାମ, କୃଷି ଭିତ୍ତିକ କାର୍ୟ୍ୟ, ରେଳ ଓ ବିମାନ ସେବା, ଜାତୀୟ ରାଜପଥରେ ଗମନାଗମନ ଉପରେ କଟକଣା ନାହିଁ । ଷ୍ଟେସନ, ବସଷ୍ଟାଣ୍ଡ ଓ ବିମାନ ବନ୍ଦରରୁ ଟ୍ୟାକ୍ସି ସେବା ଜାରି ରହିବ । ସ୍ଥାନୀୟ ପ୍ରଶାସନ ଅନୁମତିରେ ବିବାହ ଉତ୍ସବ ଓ ଶୁଦ୍ଧିକ୍ରିୟା କରିପାରିବେ । ଖାଦ୍ୟର ହୋମ୍ ଡେଲିଭରି ଜାରି ରହିବ । ଖୋଲା ରହିବ ତେଜରାତି, ପନିପରିବା, ଆମିଷ, କ୍ଷୀର ଦୋକାନ ।
BREAKING NEWS
- ଲୋମହର୍ଷକ ଘଟଣା:ନିଜ ଜନ୍ମ କଲା ୨ ଶିଶୁ କନ୍ୟାଙ୍କୁ କୂଅରେ ପକାଇ ହତ୍ୟା କଲା ମା’
- ଏସଜେଏଫଆଇର ୫୦ତମ ବାର୍ଷିକ ସମ୍ମିଳନୀ ଉଦଘାଟିତ
- ହିଣ୍ଡାଲ୍କୋ ପକ୍ଷରୁ ଜାତୀୟ ମାନବାଧିକାର ସମ୍ମିଳନୀ ଆୟୋଜିତ; ଅଧିକାର-ଭିତ୍ତିକ ବିକାଶ ଏବଂ ନୈତିକ ଶାସନ ପରିଚାଳନା ପାଇଁ ଆହ୍ୱାନ
- ୬୨ କିଲୋରୁ ଅଧିକ ଗଞ୍ଜେଇ ସହ କାର-ବାଇକ ଜବତ, ୨ଗିରଫ
- OUSSSCର ପ୍ରଥମ ଅଧ୍ୟକ୍ଷ ହେଲେ ରଶ୍ମିରଞ୍ଜନ ସ୍ବାଇଁ
- Rajya Sabha Elections: ରାଜ୍ୟସଭା ନିର୍ବାଚନ ପାଇଁ ହ୍ୱିପ ଜାରି କଲା ବିଜେପି
- ‘ଓଡ଼ିଶାରେ ୨୮ଟି ଆକାଶବାଣୀ କେନ୍ଦ୍ର ଏବଂ ୨୪ ଘଣ୍ଟିଆ ଟିଭି ଚ୍ୟାନେଲ୍ ଡିଡି ଓଡ଼ିଆ କାର୍ଯ୍ୟ କରୁଛି’
- Menstrual leave:’ମହିଳାଙ୍କୁ କେହି ଚାକିରି ଦେବେ ନାହିଁ…’; ମାସିକ ଋତୁସ୍ରାବ ଛୁଟି ସମ୍ପର୍କିତ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ
- ଆଇପିଏଲ ୨୦୨୬ ସିଜନରୁ ଓହରିଲେ ହର୍ଷିତ ରାଣା
- ଆଇପିଏଲ ପାଇଁ ପିଏସଏଲ ଛାଡିଲେ ବ୍ଲେସିଙ୍ଗ ମୁଜାରବାନୀ
Comments are closed.