ଭୁବନେଶ୍ୱର: କରୋନା ଚେନ୍ ଭାଙ୍ଗିବା ପାଇଁ ଆଜିଠୁ ରାଜ୍ୟର ସବୁ ସହରାଞ୍ଚଳ ସଟଡାଉନ୍ । ଆଜି ଓ ଆସନ୍ତାକାଲି ଦୁଇ ଦିନ ଦୋକାନବଜାର, ଗାଡ଼ିମୋଟର ଚଳାଚଳ ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ । ସୋମବାର ସକାଳ ୫ଟା ଯାଏ ସଟଡାଉନ କଟକଣା ବଳବତ୍ତର ରହିବ । ଏହି ସମୟରେ ଜାରି ରହିବ କେବଳ ଅତ୍ୟାବଶ୍ୟକ ସେବା । ସଟଡାଉନକୁ ଦୃଷ୍ଟିରେ ରଖି ସହରର ଛକ ଛକରେ ପଇଁତରା ମାରୁଛି ପୋଲିସ । ବିଭିନ୍ନ ସ୍ଥାନରେ ଚେକିଂ କଡ଼ାକଡ଼ି । ଜରୁରୀ କାମ ନଥାଇ ଘରୁ ବାହାରିଲେ ପୋଲିସ ଧରୁଛି । ସକାଳ ୫ଟାର ୬ଟା ଘଣ୍ଟାଏ କଟକଣା କୋହଳ ହେଲା । ପ୍ରାତଃ ଭ୍ରମଣ ଓ ବ୍ୟାୟାମ ପାଇଁ ଦୁଇ ଦିନ ସକାଳ ୫ଟାରୁ ଘଣ୍ଟାଏ କୋହଳ ହୋଇଛି ।
Dhamnagar NAC Area Observes Completely #Shutdown, District Police is stand out to ensure the strict implementation of #Shutdown Provisions. Don’t be a defaulters, Behave Responsibly and Follow the Covid Guidelines & #Shutdown. #StayHomeStaySafe #OdishaFightsCoronavirus pic.twitter.com/tNW3plY3j9
— Bhadrak Police (@SpBhadrak) April 24, 2021
ସଟଡାଉନ କଟକଣାରୁ ବାଦ
– ସମସ୍ତ ମେଡିକାଲ, କ୍ଲିନିକ୍, ନର୍ସିଂ, ହୋମ୍, ମେଡିସିନ୍ ଷ୍ଟୋର ଖୋଲା ରହିବ
– ଟେଲିକମ୍ ସର୍ଭିସ୍, ପେଟ୍ରୋଲ ପମ୍ପ, ଏଲପିଜି ବିତରଣ ଉପରେ କଟକଣା ନାହିଁ
– ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍ ବିତରଣ, ମାଲପରିବହନକୁ ବାଦ
– ଶିଳ୍ପ ଉଦ୍ୟୋଗ ଓ ନିର୍ମାଣ କାର୍ଯ୍ୟ ଜାରି ରହିବ
– ଖବରକାଗଜ ଓ ବୈଦ୍ୟୁତିକ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକ ଯାତାୟତ କରିପାରିବେ
– ରେଳ ଓ ବିମାନ ସେବା ଜାରି ରହିବ
– ଯାତ୍ରୀଙ୍କୁ ଷ୍ଟେସନ୍ ଓ ବସଷ୍ଟାଣ୍ଡରୁ ଟିକେଟ୍ ଦେଖାଇ ନେବା ଆଣିବା କରିପାରିବେ
– ସ୍ଥାନୀୟ ପ୍ରଶାସନର ଅନୁମତିରେ ବିବାହ ଓ ଅନ୍ତ୍ୟେଷ୍ଟି କାମ
– ଅନଲାଇନ୍ ଖାଦ୍ୟ ଯୋଗାଣ ଉପରେ କଟକଣା ନାହିଁ
– କ୍ଷୀର ଦୋକାନ ଖୋଲା ରହିବ
– ରାଜପଥରେ ଢାବାରୁ କେବଳ ପାର୍ସଲ ନେଇପାରିବେ
Comments are closed.