Latest Odisha News

BREAKING NEWS

ରାଜ୍ୟର ସବୁ ସହରାଞ୍ଚଳ ସପ୍ତାହାନ୍ତ ସଟଡାଉନ୍, ଜରୁରୀ କାମ ନଥାଇ ବାହାରିଲେ ଧରୁଛି ପୋଲିସ

ଭୁବନେଶ୍ୱର: କରୋନା ଚେନ୍ ଭାଙ୍ଗିବା ପାଇଁ ଆଜିଠୁ ରାଜ୍ୟର ସବୁ ସହରାଞ୍ଚଳ ସଟଡାଉନ୍ । ଆଜି ଓ ଆସନ୍ତାକାଲି ଦୁଇ ଦିନ ଦୋକାନବଜାର, ଗାଡ଼ିମୋଟର ଚଳାଚଳ ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ । ସୋମବାର ସକାଳ ୫ଟା ଯାଏ ସଟଡାଉନ କଟକଣା ବଳବତ୍ତର ରହିବ । ଏହି ସମୟରେ ଜାରି ରହିବ କେବଳ ଅତ୍ୟାବଶ୍ୟକ ସେବା । ସଟଡାଉନକୁ ଦୃଷ୍ଟିରେ ରଖି ସହରର ଛକ ଛକରେ ପଇଁତରା ମାରୁଛି ପୋଲିସ । ବିଭିନ୍ନ ସ୍ଥାନରେ ଚେକିଂ କଡ଼ାକଡ଼ି । ଜରୁରୀ କାମ ନଥାଇ ଘରୁ ବାହାରିଲେ ପୋଲିସ ଧରୁଛି । ସକାଳ ୫ଟାର ୬ଟା ଘଣ୍ଟାଏ କଟକଣା କୋହଳ ହେଲା । ପ୍ରାତଃ ଭ୍ରମଣ ଓ ବ୍ୟାୟାମ ପାଇଁ ଦୁଇ ଦିନ ସକାଳ ୫ଟାରୁ ଘଣ୍ଟାଏ କୋହଳ ହୋଇଛି ।

ସଟଡାଉନ କଟକଣାରୁ ବାଦ
ସମସ୍ତ ମେଡିକାଲ, କ୍ଲିନିକ୍, ନର୍ସିଂ, ହୋମ୍, ମେଡିସିନ୍ ଷ୍ଟୋର ଖୋଲା ରହିବ
ଟେଲିକମ୍ ସର୍ଭିସ୍, ପେଟ୍ରୋଲ ପମ୍ପ, ଏଲପିଜି ବିତରଣ ଉପରେ କଟକଣା ନାହିଁ
ପାନୀୟ ଜଳ ଯୋଗାଣବିଦ୍ୟୁତ୍ ବିତରଣ, ମାଲପରିବହନକୁ ବାଦ
ଶିଳ୍ପ ଉଦ୍ୟୋଗ ଓ ନିର୍ମାଣ କାର୍ଯ୍ୟ ଜାରି ରହିବ
ଖବରକାଗଜ ଓ ବୈଦ୍ୟୁତିକ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକ ଯାତାୟତ କରିପାରିବେ
ରେଳ ଓ ବିମାନ ସେବା ଜାରି ରହିବ
– ଯାତ୍ରୀଙ୍କୁ ଷ୍ଟେସନ୍ ଓ ବସଷ୍ଟାଣ୍ଡରୁ ଟିକେଟ୍ ଦେଖାଇ ନେବା ଆଣିବା କରିପାରିବେ
– ସ୍ଥାନୀୟ ପ୍ରଶାସନର ଅନୁମତିରେ ବିବାହ ଓ ଅନ୍ତ୍ୟେଷ୍ଟି କାମ
ଅନଲାଇନ୍ ଖାଦ୍ୟ ଯୋଗାଣ ଉପରେ କଟକଣା ନାହିଁ
କ୍ଷୀର ଦୋକାନ ଖୋଲା ରହିବ
– ରାଜପଥରେ ଢାବାରୁ କେବଳ ପାର୍ସଲ ନେଇପାରିବେ

Leave A Reply

Your email address will not be published.