ମାଲକାନଗିରି:କରୋନା ସଂକ୍ରମଣ ବଢୁଥିବା ବେଳେ ପ୍ରଶାସନ ପକ୍ଷରୁ ନିଆଯାଉଛି ବିଭିନ୍ନ ପଦକ୍ଷେପ । ବିଭିନ୍ନ ଜିଲ୍ଲାଗୁଡିକରେ ନାଇଟକର୍ଫ୍ୟୁ ସହିତ ସପ୍ତାହନ୍ତ ସଟଡାଉନ କରାଯାଉଛି । ମାଲକାନଗିରି ଜିଲ୍ଲାରେ ମଧ୍ୟ ଶନିବାର ଓ ରବିବାର ଦୁଇଦିନ ବନ୍ଦ ରହିଛି । ଦୋକାନ ବଜାର ସବୁ ବନ୍ଦ ଥିବା ବେଳେ ଲୋକଙ୍କୁ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ବିଭିନ୍ନ ସ୍ଥାନରେ କରୋନା ସଂକ୍ରମଣ ବଢୁଥିବା ବେଳେ ବିଭିନ୍ନ ଜିଲ୍ଲା ଗୁଡିକରେ ନାଇଟକର୍ଫ୍ୟୁ ଜାରି ରହିଛି । ଅନ୍ୟ ଜିଳ୍ଲା ଭଳି ମାଲକାନଗିରିରେ ମଧ୍ୟ ନାଇଟକର୍ଫ୍ୟୁ ସହିତ ଛତିଶଗଡ଼ ସୀମାକୁ ସିଲ୍ କରିଦିଆଯାଇଛି । ତା ସହିତ ଶନିବାରଠୁ ଆରମ୍ଭ ହୋଇଛି ସପ୍ତାହନ୍ତ ସଟ୍ଡାଉନ୍ । ଶନିବାର ଓ ରବିବାର ଦୁଇ ଦିନ ମାଲାକାନଗିରି ଜିଲ୍ଲାପାଳ ଜିଲ୍ଲାର ବାଲିମେଳା ଓ କାଲିମେଳା ଆଦି ୩ଟି ସହରକୁ ଉଇକ୍ଏଣ୍ଡ ସଟଡାଉନ୍ ଘୋଷଣା କରିଛନ୍ତି । ଜିଲ୍ଲାର ୩ଟି ସହରରେ ଦୋକାନ ବଜାର ସମ୍ପୁର୍ଣ୍ଣ ବନ୍ଦ ରହିଥିବା ବେଳେ ଯାନବାହାନ ଚଳାଚଳ ମଧ୍ୟ ବନ୍ଦ ରହିଛି । ବିଭିନ୍ନ ଛକ ସ୍ଥାନ ମାନଙ୍କରେ ପୁଲିସ ଓ ପ୍ରଶାସନ ଅଧିକାରୀ ଜଗି ରହିଛନ୍ତି । ନିୟମ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏମିତିକି ଅମାନିଆଙ୍କଠାରୁ ଫାଇନ୍ ବି ଆଦାୟ କରାଯାଉଛି । ଲୋକଙ୍କୁ ଘରୁ ନବାହାରିବା ସହିତ ସଚେତନ ରହିବା ପରାମର୍ଶ ଦିଆଯାଉଛି ।
BREAKING NEWS
- ସ୍କ୍ରବଟାଇଫସ୍ ନିୟନ୍ତ୍ରଣ ପାଇଁ ପ୍ରତିଷେଧମୂଳକ ବ୍ୟବସ୍ଥାକୁ ଗୁରୁତ୍ବ ଦେଲେ ସ୍ଵାସ୍ଥ୍ୟ ମନ୍ତ୍ରୀ, ଆତଙ୍କିତ ନହେବାକୁ ଦେଲେ ପରାମର୍ଶ
- Oxygen Cylinder Blast:ଅନଲୋଡ୍ ବେଳେ ଖସିପଡ଼ିଲା ଅମ୍ଳଜାନ ସିଲିଣ୍ଡର…ବିସ୍ଫୋରଣରେ ଜଣଙ୍କ ମୃତ୍ୟୁ, ୪ ଆହତ
- Graduate Crisis: ଡିଗ୍ରୀ ଅଛି, କାହିଁକି ନାହିଁ ଚାକିରି? ନୀତି ଆୟୋଗର ବଡ଼ ଖୁଲାସା, ‘ସାର୍ଟିଫିକେଟ୍ ନୁହେଁ, ସ୍କିଲ୍ ହିଁ ଚାକିରିର ଚାବି’!
- ଇରାନର ତୈଳ ଟ୍ୟାଙ୍କର୍ ଉଡ଼ାଇଲା ଆମେରିକା
- ସ୍ତ୍ରୀକୁ ହତ୍ୟା କରି ନାହିଁ କୌଣସି ଅନୁତାପ, ପୁଣିଥରେ ଆଉ ଏକ ହତ୍ୟା କରିବି: ଏଭଳି ଦାବି କରି ଚର୍ଚ୍ଚାରେ ହତ୍ୟାକାରୀ ସ୍ୱାମୀ
- ପିଲାଙ୍କୁ ସୁନା ମୁଦି ଦେବେ ସରକାର…
- Putin-PM Modi meet: BRICS ପୂର୍ବରୁ ମୋଦି-ପୁଟିନଙ୍କ ବଡ଼ ବୈଠକ! ଟେବୁଲ୍ରେ ରହିବ Su-57 ଡିଲ୍, ବ୍ୟବସାୟ ଓ ବିଶ୍ୱ ଶାନ୍ତି
- ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର…ମୋବାଇଲ ଟର୍ଚ୍ଚରେ ଚାଲିଛି ରୋଗୀ ସେବା
- ଆବୁଧାବିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ପୁଞ୍ଜି ନିବେଶ ନେଇ ବୈଠକ
- BRICS Summit: ସଜେଇ ହେଉଛି ଦିଲ୍ଲୀ, ଆସିବେ ବିଶ୍ୱର ବଡ଼ ବଡ଼ ନେତା! BRICS ସମ୍ମିଳନୀ ପାଇଁ ରାଜଧାନୀରେ ହାଇଆଲର୍ଟ ସୁରକ୍ଷା

Comments are closed.