Latest Odisha News

BREAKING NEWS

ଓଜନ ବଢୁ ନାହିଁ ବୋଲି ଚିନ୍ତିତ କି ! ଏହି ସବୁ ଖାଦ୍ୟ ଖାଆନ୍ତୁ ..

ଭୁବନେଶ୍ବର: ପତଳା ବୋଲି ଲୋକହସା ହେଉଛନ୍ତି କି ? ତେବେ ଚିନ୍ତା କରନ୍ତୁ ନାହିଁ । କ୍ୟାଲୋରୀଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ପତଳା ଶରୀର ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ । ନିଜ ଖାଇବାରେ ଏପରି କିଛି ଖାଦ୍ୟ ସାମିଲ କରିବା ଦ୍ବାରା ଓଜନ ବଢେ । ତାମାନେ ନୁହେଁ ଫାଷ୍ଟଫୁଡ୍ , ଅଧିକ ତେଲମସଲା ଯୁକ୍ତ ଖାଦ୍ୟ ଖାଇବା । ଆସନ୍ତୁ ଜାଣିବା କଣ ଖାଇଲେ ବଢିବ ଓଜନ..

-ଆଳୁ , କନ୍ଦମୂଳ , ମକା , ମଟରରେ ଭଲ କ୍ୟାଲୋରୀ ଥାଏ । ପ୍ରତିଦିନ ଖାଦ୍ୟରେ ଏଭଳି ଷ୍ଟାର୍ଚ ରେ ଭରପୂର ପରିବା ୧୦୦ ଗ୍ରାମ୍ ସାମିଲ୍ କରନ୍ତୁ । ଏହା ମେଟାବୋଲିକ୍ ରେଟ୍ ବଢିଥାଏ ଏବଂ ଏନର୍ଜି ମଧ୍ୟ ପ୍ରଦାନ କରେ । ଫଳରେ ଓଜନ ବଢିବାରେ ସହାୟକ ହୋଇଥାଏ ।

-ପିସ୍ତା ଏମିତି ଏକ ହାଇ କ୍ୟାଲୋରୀ ଡ୍ରାଏଫ୍ରୁଟ୍ । ସେକ୍ ରୁ ଆରମ୍ଭ କରି ସ୍ନାକ୍ସରେ ଆଡ୍ କରନ୍ତୁ ପିସ୍ତା । ଏଥିରେ ଥିବା ଭଲ ଫ୍ୟାଟ୍ ଓଜନ ବଢାଇବାରେ ସହାୟକ ହୁଏ ।

-୧୦୦ ଗ୍ରାମ୍ ପିନଟ୍ ବଟରରେ ପ୍ରାୟ ୫୫୦ କ୍ୟାଲୋରୀ ମିଳେ । ଏହା ଖାଦ୍ୟରେ ସାମିଲ କରି ପାରିବେ ।

-ଗୋଟିଏ ଗ୍ଲାସ୍ କ୍ଷୀରରେ ୧୫୦ କ୍ୟାଲୋରୀ ମିଳେ । କ୍ଷୀରରେ ଥିବା ପ୍ରୋଟିନ୍ ମାଂସପେଶୀର ବିକାଶ କରିବାରେ ସାହାଯ୍ୟ କରିଥାଏ ।

-ଓଟସ୍ ମିଲରେ ୭୦ ଗ୍ରାମ୍ କ୍ୟାଲୋରୀ ମିଳେ । ସେହିପରି ଗୋଟିଏ ଫୁଲ୍ ଚାମଚ ଅଲିଭ୍ ଅଏଲରେ ୧୨୦ କ୍ୟାଲୋରୀ ଥାଏ । ଏହି ସବୁ ଖାଦ୍ୟକୁ ସେବନ କରନ୍ତୁ , ଦେଖିବେ ଶରୀର ଓଜନ ବଢିଯିବ ।

 

Comments are closed.