Latest Odisha News

BREAKING NEWS

ଡୋପ୍ ଟେଷ୍ଟରେ ଧରାପଡିଲେ କେ. ରବି କୁମାର; ନାଡା ପକ୍ଷରୁ ୪ବର୍ଷ ବାସନ୍ଦ

ଭୁବନେଶ୍ୱର: ଓଡିଶାର ଭାରୋତ୍ତୋଳକ କେ. ରବି କୁମାର ଡୋପ୍ ଟେଷ୍ଟରେ ଧରିପଡିଛନ୍ତି । ନାଡା ପକ୍ଷରୁ ତାଙ୍କୁ ପାଖାପାଖି ୪ ବର୍ଷ ଲାଗି ବାସନ୍ଦ କରାଯାଇଛି ।

ଏନେଇ ନ୍ୟାସନାଲ୍ ଆଣ୍ଟି ଡୋପିଂ ଏଜେନ୍ସି (ନାଡା) ପକ୍ଷରୁ ଏନେଇ ସୂଚନା ମିଳିଛି ।
ଯାହାଫଳରେ ୨୦୨୦ ଟୋକିଓ ଅଲମ୍ପିକ ଖେଳିବାରୁ ବାଦ ପଡିପାରନ୍ତି ରବି କୁମାର ।

ପ୍ରାପ୍ତ ସୂଚନାନୁଯାୟୀ ରବି କୁମାରଙ୍କ ସମେତ ପୂର୍ଣ୍ଣିମା ପାଣ୍ଡେ, ଗୁରୁମିଲ୍ ସିଂହ, ସ୍ପ୍ରିଣ୍ଟର ସଞ୍ଜିତ ଓ ଡିସକସ୍ ଥ୍ରୋ ଖେଳାଳୀ ଧରମରାଜ ଯାଦବ ପ୍ରମୁଖ ମଧ୍ୟ ଏହି ଡୋପ୍ ଟେଷ୍ଟରେ ଧରାପଡିଛନ୍ତି । ସେମାନଙ୍କୁ ମଧ୍ୟ ୪ ବର୍ଷ ଯାଏଁ ବାସନ୍ଦ କରାଯାଇଛି ।

ଅପରପକ୍ଷରେ ଏନେଇ ମୁହଁ ଖୋଲିଛନ୍ତି ଭାରୋତ୍ତୋଳକ ରବି କୁମାର ।

“ନାଡାରେ ଏଯାବତ୍ ଶୁଣାଣି ସରିନାହିଁ ଏବଂ ଖୁବଶୀଘ୍ର ମୁଁ ମୋ’ ପକ୍ଷ ରଖିବି ବୋଲି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଏହି ଭାରୋତ୍ତୋଳନକାରୀ ।

Leave A Reply

Your email address will not be published.