Latest Odisha News

BREAKING NEWS

‘ଅନ୍ତର୍ଜାତୀୟ ଫଟୋଗ୍ରାଫି ଆୱାର୍ଡ’ ପାଇଲେ ଓଡିଆ ପୁଅ ଶ୍ରୀତମ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଶୋଭାରମପୁର ଗ୍ରାମର ମୂଳ ବାସିନ୍ଦା ଶ୍ରୀତମ କୁମାର ସେଠୀ ଫଟୋଗ୍ରାଫିରେ ଅନ୍ତର୍ଜାତୀୟ ପୁରସ୍କାର ଜିତିଛନ୍ତି ।

ନିକଟରେ ନ୍ୟୁୟର୍କରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ‘ଇଭେଣ୍ଟ ଫଟୋଗ୍ରାଫର ଅଫ୍ ଦ ଇୟର’ରେ ସେ ସମ୍ମାନିତ ହୋଇଛନ୍ତି । ଏଥିସହିତ ପୁରସ୍କାର ରାଶି ସ୍ୱରୂପ ତାଙ୍କୁ ମିଳିଛି ୫ ହଜାର ଆମେରୀକୀୟ ଡଲାର୍ ଅର୍ଥରାଶି । ଉକ୍ତ ପ୍ରତିଯୋଗୀତାରେ ବିଭିନ୍ନ ଦେଶରୁ ପ୍ରାୟ ୧ ହଜାରରୁ ଅଧିକ ଫଟୋଗ୍ରାଫର ଭାଗ ନେଇଥିଲେ ।

ଚଳିତ ବର୍ଷ ‘ହୋଲି’ ସମୟରେ ମୋବାଇଲ୍ ଫୋନ୍ ସହାୟତାରେ କିଛି ଫଟୋ ଉଠାଇଥିଲେ । ଯାହା ପରବର୍ତ୍ତୀ ସମୟରେ ନ୍ୟାସନାଲ୍ ଜିଓଗ୍ରାଫିକ ସମେତ ଅନ୍ୟ କେତେକ ଅନୁଷ୍ଠାନ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା ।

ଭୁବନେଶ୍ୱରର ହାଇ-ଟେକ୍ ମେଡିକାଲ୍ କଲେଜରେ ଅଧ୍ୟୟନରତ ବି-ଫାର୍ମାର ୨ୟ ବର୍ଷର ଛାତ୍ର ଶ୍ରୀତମ କୁମାର ସେଠୀ ଫଟୋଗ୍ରାଫିରେ ମଧ୍ୟ କୋର୍ସ ଜାରି ରଖିଛନ୍ତି ।

ଆହୁରି ମଧ୍ୟ ଶ୍ରୀ ସେଠୀ ନିଜର ଆଗାମୀ ଭବିଷ୍ୟତରେ ବରୁଣ ଆଦିତ୍ୟ, ସୁଧିର ଶିବାରମଣ ଓ ଦିନେଶ କୁମ୍ବଲେଙ୍କ ଭଳି ୱାଇଲ୍ଡ ଲାଇଫ୍ ଫଟୋଗ୍ରାଫର୍ ହେବା ପାଇଁ ଇଚ୍ଛୁକ ଥିବା ସେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.