Latest Odisha News

BREAKING NEWS

ଅଜବ ମଣିଷ: ନିଜକୁ ଫିଟ୍ ରଖିବାକୁ ଖାଆନ୍ତି କଞ୍ଚା ମାଂସ

ପ୍ରାୟତଃ ଅଧିକାଂଶ ଲୋକ ନିଜକୁ ସୁସ୍ଥ ସବଳ ରଖିôବାକୁ ଚାହାଁନ୍ତି । ଏଥିପାଇଁ ସେମାନେ ଡାଏଟ୍ ଚାଟ୍ ପ୍ରସ୍ତୁତ କରିବା ସହ ତାହା ଅନୁସରଣ ବି କରନ୍ତି । ଏହାସହିତ ନିୟମିତ ବ୍ୟାୟାମକୁ ମଧ୍ୟ ଗୁରୁତ୍ୱ ଦିଅନ୍ତି । ତେବେ ଏମିତି ଜଣେ ଯୁବକ ଅଛନ୍ତି, ଯିଏ ନିଜକୁ ଫିଟ୍ ରଖିବାକୁ ନିଜ ଡ଼ାଏଟ୍‌ରେ ଏପରି ଜିନିଷ ଖାଆନ୍ତି, ଜାଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ ।

ଯୁକ୍ତରାଷ୍ଟ୍ର ଆମେରିକାର ଏଲିନାୟସର ବାସିନ୍ଦା ଜ୍ୟାକ୍ ତୁର୍କୋ । ବୟସ ମାତ୍ର ୨୧ ବର୍ଷ । ସ୍କୁଲ ଓ କଲେଜରେ ପଢୁଥିବା ସମୟରେ ସେ ଆଥଲେଟ୍ ଥିଲେ । ନିଜକୁ ଫିଟ୍ ରଖିବା ପାଇଁ ସେ ଏକ ଡ଼ାଏଟ ପ୍ରସ୍ତୁତ କରୁଥିଲେ । ଡ଼ାଏଟ୍‌ରେ ଅଦ୍ଭୁତ ଖାଦ୍ୟ ଖାଉଥିଲେ ଜ୍ୟାକ୍ । ମୁଖ୍ୟତଃ ସେ କଞ୍ଚା ପଶୁ ମାଂସ ଖାଇବାକୁ ପସନ୍ଦ କରୁଥିଲେ । ମାଂସ ରାନ୍ଧି ଖାଇବାକୁ ସେ ଆବଶ୍ୟକ ମନେ କରୁ ନ ଥିଲେ । ମୋଟ ଉପରେ ଗୁମ୍ଫାରେ ବାସ କରୁଥିବା ଆଦିମ ମଣିଷମାନଙ୍କ ପରି ଖାଦ୍ୟ ଖାଉଥିଲେ । ପ୍ରାୟ ବର୍ଷେ ହେଲା ସେ ଏପରି ଖାଦ୍ୟ ଖାଇ ଆସୁଛନ୍ତି ।
ଜ୍ୟାକ୍ କୁହନ୍ତି ଯେ, ସେ ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ ଏପରି ଖାଦ୍ୟ ଖାଉଛନ୍ତି । କାରଣ ଏହା ଅଧିକ ଚର୍ବିଯୁକ୍ତ ଖାଦ୍ୟ । ଏହା ଖାଇବା ଦ୍ୱାରା ତାଙ୍କୁ ଭଲ ନିଦ ହେବା ସହ କ୍ରୀଡ଼ାରେ ଭଲ ପ୍ରଦର୍ଶନ କରିବାରେ ସେ ସକ୍ଷମ ହୋଇପାରୁଛନ୍ତି । ସେ ନିଜକୁ ଅଧିକ ଶକ୍ତିଶାଳୀ ଅନୁଭବ ମଧ୍ୟ କରୁଛନ୍ତି । ପୂର୍ବରୁ ସେ ବିଭିନ୍ନ ପନିପରିବା ଏବଂ ସିଝା ମାଂସ ଖାଉଥିଲେ, କିନ୍ତୁ ବର୍ତ୍ତମାନ ସେ କେବଳ କଞ୍ଚା ମାଂସ ଖାଉଛନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ସେ ବଡ଼ ବଡ ପଶୁର କଞ୍ଚା ମାଂସ ଖାଇବା ସହ ପ୍ରାଇଭେଟ ଅଙ୍ଗଗୁଡ଼ିକୁ ଲହୁଣୀ ସହିତ ଖାଇ ଥାଆନ୍ତି ।

Leave A Reply

Your email address will not be published.