ପଶ୍ଚିମବଙ୍ଗରେ କରୋନା କାୟା ବିସ୍ତାର କରୁଛି । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଏଭଳି ସ୍ଥିତିରେ କରୋନା ଚେନ୍ ଭାଙ୍ଗିବା ପାଇଁ ପୁଣି ଥରେ ଲକଡାଉନ୍ ଅବଧିକୁ ମାସେ ବଢ଼ାଇବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆସନ୍ତା ଜୁଲାଇ ୩୧ ଯାଏ ରାଜ୍ୟରେ ତାଲାବନ୍ଦ ଅବଧି ବୃଦ୍ଧି ହୋଇଛି ।
ଗତକାଲି ସର୍ବଦଳୀୟ ବୈଠକରେ ଆଲୋଚନା ପରେ ଅବଧି ବଢାଇଛନ୍ତି ମମତା ବାନାର୍ଜୀ । ସର୍ବଦଳୀୟ ବୈଠକ ପରେ ମମତା କହିଥିଲେ, ସବୁ ଦଳର ନେତା ଭିନ୍ନ ଭିନ୍ନ ମତ ରଖିଥିଲେ। କିନ୍ତୁ ଶେଷରେ ଲକଡାଉନ୍ ବଢ଼ାଇବାକୁ ନିଷ୍ପତ୍ତି ହୋଇଥିଲା । ତେବେ କଟକଣାରେ କିଛିଟା କୋହଳ କରାଯିବ ।
ପଶ୍ଚିମବଙ୍ଗରେ ଜୁନ୍ ୩୦ ତାରିଖରେ ଲକଡାଉନ୍ ଅବଧି ଶେଷ ହେଉଥିଲା । ବର୍ତ୍ତମାନ ରାଜ୍ୟରେ ୧୪ ହଜାର ୭୨୮ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ଆକ୍ଟିଭ୍ କେସ୍ ରହିଛି ୪ ହଜାର ୯୩୦। ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୯ ହଜାର ୨୧୮ । ୫୮୦ ଲୋକଙ୍କ ଜୀବନ ନେଇଛି କରୋନା।
BREAKING NEWS
- ଜଳିଗଲା ୨୦ରୁ ଅଧିକ ବାଇକ୍,ପୋଲିସ କରିଥିଲା ସିଜ୍
- ରେଳଷ୍ଟେସନରୁ ୫ ଆନ୍ତଃରାଜ୍ୟ ଚାଲାଣକାରୀ ଗିରଫ,ଗଞ୍ଜେଇ ଜବତ
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
Comments are closed.