ଭୁବନେଶ୍ୱର: ଟ୍ରେନ ଦୁର୍ଘଟଣାରେ ଆହତ ରୋଗୀଙ୍କୁ ଦେଖିବା ପାଇଁ କଟକ ଏସିବିରେ ପହଞ୍ଚିଛନ୍ତି ରେଭେନ୍ସା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଓଡ଼ିଶା ଗସ୍ତରେ ଆସି ରେଭେନ୍ସା ପଡିଆରେ ପହଞ୍ଚିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେଠାରୁ ଏସସିବି ହସ୍ପିଟାଲ ଯାଇ ସେଠାରେ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ଡାକ୍ତରୀ ଟିମ୍, ଏସସିବି ଅଧୀକ୍ଷକ ଓ ଅନ୍ୟ କର୍ତୃପକ୍ଷଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି ।
କଟକ SCBରେ ଆହତଙ୍କୁ ଭେଟିବା ପରେ ପ୍ରତିକ୍ରିୟା ରଖିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । କହିଛନ୍ତି, ୩୧ ଜଣ ଏବେ ବି ନିଖୋଜ ଅଛନ୍ତି । ଇତି ମଧ୍ୟରେ ୧୦୩ ମୃତଦେହ ଚିହ୍ନଟ ହୋଇଛି । ୯୭ ଜଣ ବିଭିନ୍ନ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ଏପର୍ଯ୍ୟନ୍ତ ୮୭ ମୃତଦେହ ପଶ୍ଚିମବଙ୍ଗରେ ପହଞ୍ଚିଛି । ଓଡ଼ିଶା ଓ ପଶ୍ଚିମବଙ୍ଗ ସରକାର ମିଳିତ ଭାବେ କାର୍ଯ୍ୟ କରୁଛନ୍ତି । ଟ୍ରେନ୍ ଦୁର୍ଘଟଣାର CBI ତଦନ୍ତ କରୁଛି, ସତ ସାମ୍ନାକୁ ଆସୁ ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ।
ମମତା ବାନାର୍ଜୀ ପହଞ୍ଚିବା ପରେ ମନ୍ତ୍ରୀ ତୁଷାରକାନ୍ତି ବେହେରା ତାଙ୍କୁ ସ୍ୱାଗତ କରିଥିଲେ । ମମତାଙ୍କ ସହ ତାଙ୍କର ୨ ଜଣ ମନ୍ତ୍ରୀ ମଧ୍ୟ ଏହି ଗସ୍ତରେ ଆସିଛନ୍ତି । ଏହାପରେ ସେ କଟକରୁ ଭୁବନେଶ୍ୱର ଆସିଛନ୍ତି ।
Comments are closed.