Latest Odisha News

BREAKING NEWS

ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣାରେ ମାମଲା ରୁଜୁ କଲା ସିବିଆଇ

ଭୁବନେଶ୍ୱର: ବାହାନଗା ବଜାରରେ ଜୁନ୍ ୨ରେ ହୋଇଥିବା ଟ୍ରେନ୍ ଦୁର୍ଘଟଣାକୁ ନେଇ ମାମଲା ରୁଜୁ କରିଛି ସିବିଆଇ । ଆଜି ସିବିଆଇର ଏକ ଟିମ୍ ବାହାନଗା ଦୁର୍ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିବା ସହ ରେଳ ମନ୍ତ୍ରଣାଳୟ ପକ୍ଷରୁ କରାଯାଇଥିବା ଆବେଦନ ଅନୁସାରେ ମାମଲା ରୁଜୁ କରିଛି ।

ଜୁନ୍ ୨ ଶୁକ୍ରବାର ରାତି ପ୍ରାୟ ୭ଟା ସମୟରେ ହୋଇଥିବା ଦୁର୍ଘଟଣାରେ ଛିଡ଼ା ହୋଇଥିବା ମାଲବାହୀକୁ ଧକ୍କା ଦେଇଥିଲା କରମଣ୍ଡଳ ଏକ୍ସପ୍ରେସ୍ । ଏହା ପରେ ବିପରୀତ ଦିଗରୁ ଆସୁଥିବା ଯଶୱନ୍ତପୁର ହାୱଡ଼ା ଏକ୍ସପ୍ରେସ ମଧ୍ୟ କରମଣ୍ଡଳ ଏକ୍ସପ୍ରେସର କୋଚ୍ ସହ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ।

ଏନେଇ ବାଲେଶ୍ୱର ଜିଆରପି ନିଜ ଆଡ଼ୁ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ଆଜି ସିବିଆଇକୁ ମାମଲା ହସ୍ତାନ୍ତର କରାଯାଇଛି । ଅନ୍ୟପଟେ ଗତକାଲି ରେଲୱେ ସେଫ୍ଟି କମିଶନର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଦୁର୍ଘଟଣା ପରେ ପିଏମ୍ ମୋଦି ଘଟଣାସ୍ଥଳ ପରିଦର୍ଶନ କରି କହିଥିଲେ, ଏଥିରେ ଯେଉଁମାନଙ୍କ ସମ୍ପୃକ୍ତି ଥିବ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ପିଏମ୍ ମୋଦିଙ୍କ ମନ୍ତବ୍ୟର ଠିକ୍ ଦିନକ ପରେ କେନ୍ଦ୍ର ରେଳମନ୍ତ୍ରୀ କହିଥିଲେ, ରେଲୱେ ବୋର୍ଡ ଦୁର୍ଘଟଣାର ତଦନ୍ତ ପାଇଁ ସିବିଆଇକୁ ସୁପାରିସ୍ କରିଛି । ଏବେ ତଦନ୍ତଭାର ସିବିଆଇ ଗ୍ରହଣ କରିଥିବା ବେଳେ କାହିଁକି ଦୁର୍ଘଟଣା ଘଟିଲା ? ଦୁର୍ଘଟଣା ପାଇଁ ଦାୟୀ କିଏ ? ଏସବୁ ପ୍ରଶ୍ନ ପଚାରୁଛନ୍ତି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୨୭୮ ମୃତକଙ୍କ ସମ୍ପର୍କୀୟଙ୍କ ସହ ଦେଶବାସୀ ।

Leave A Reply

Your email address will not be published.