Latest Odisha News

ପଶ୍ଚିମବଙ୍ଗରେ ଶାସକ ଦଳ ଟିଏମସି ପ୍ରତି ‘ମମତା’ ଦେଖାଇଲା କଂଗ୍ରେସ!

କୋଲକାତା: ପଶ୍ଚିମବଙ୍ଗ ପ୍ରଦେଶ କଂଗ୍ରେସ କମିଟିର ନୂଆ ସଭାପତି ଶୁଭଙ୍କର ସରକାର ହୋଇଛନ୍ତି। ଆଉ ଦାୟିତ୍ୱ ନେଉ ନେଉ ଶାସକ ଦଳ ଟିଏମସିକୁ ଦେଇଛନ୍ତି ବଡ଼ ବାର୍ତ୍ତା। ମେଣ୍ଟ ପାଇଁ ସହଯୋଗୀ ଦଳମାନଙ୍କ ପାଇଁ ଦ୍ୱାର ଖୋଲା ରଖିବେ ବୋଲି ସେ କହିଛନ୍ତି। ଯାହା ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ଉଦ୍ଦେଶ୍ୟରେ ରହିଛି। ପୂର୍ବତନ ସଭାପତି ଅଧୀର ରଞ୍ଜନ ଚୌଧୁରୀ ଏପରି ପ୍ରକ୍ରିୟାକୁ ଘୋର ବିରୋଧ କରୁଥିବା ବେଳେ ଶୁଭଙ୍କରଙ୍କ ନେତୃତ୍ୱରେ କିନ୍ତୁ ଓଲଟା ଚିତ୍ର ଦେଖିବାକୁ ମିଳିଛି।

ଶୁଭଙ୍କର କହିଛନ୍ତି ଯେ ରାଜ୍ୟ ଓ ଜାତୀୟ ସ୍ତରରେ ମେଣ୍ଟର ସ୍ଥିତି କ’ଣ ରହିଛି। ଏହା ଆମ ପାଇଁ ନୂଆ କଥା ନୁହେଁ। ଯେତେବେଳେ ବାମପନ୍ଥୀମାନେ ବଙ୍ଗଳାରେ ଶାସନ କରୁଥିଲେ, ସେତେବେଳେ କେନ୍ଦ୍ରରେ ସେମାନଙ୍କ ସହ ଆମର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଥିଲା କିନ୍ତୁ ଏଠାରେ (ବଙ୍ଗଳାରେ) ପ୍ରତିଦ୍ୱନ୍ଦ୍ୱିତା କରୁଥିଲୁ। କଂଗ୍ରେସ ସମେତ ସବୁ ରାଜନୈତିକ ଦଳ ରାଜ୍ୟରେ କିପରି ନିଜର ଦଖଲକୁ ସୁଦୃଢ଼ କରାଯାଇପାରିବ ସେ ନେଇ ଚିନ୍ତା କରନ୍ତି।

ଅଧୀର ରଞ୍ଜନ ଚୌଧୁରୀଙ୍କ ନେତୃତ୍ୱରେ କଂଗ୍ରେସ ଓ ତୃଣମୂଳ କଂଗ୍ରେସ ମଧ୍ୟରେ ସମ୍ପର୍କ ଯଥେଷ୍ଟ ଖରାପ ହୋଇଥିଲା। କଂଗ୍ରେସ ସହ ମେଣ୍ଟ ଆଲୋଚନା ବିଫଳ ହେବା ପାଇଁ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଦଳ ତାଙ୍କୁ ଦାୟୀ କରିଥିଲା।

ଅଧୀର ଚୌଧୁରୀ ଯାହା କରିଥିଲେ ତାହା ଠିକ୍ ଥିଲା। ସେ ବେଙ୍ଗଲରେ ଦଳକୁ ମଜବୁତ କରିବାକୁ ଚେଷ୍ଟା କରିଥିଲେ। ଆମ କର୍ମୀଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ସେ ସ୍ୱର ଉତ୍ତୋଳନ କରିଥିଲେ ବୋଲି ଶୁଭଙ୍କର ସରକାର କହିଛନ୍ତି।

ତେବେ ରାଜ୍ୟ ଓ ଜାତୀୟ ସ୍ତରରେ ମେଣ୍ଟର ସ୍ଥିତି ଭିନ୍ନ ଭିନ୍ନ ବୋଲି ସେ କହିଛନ୍ତି। ବିଜେପି ଓ ଆରଏସଏସର ଆଦର୍ଶ ବିରୋଧରେ ଲଢ଼ିବା ପାଇଁ ବିଭିନ୍ନ ରାଜନୈତିକ ଦଳ ଗୋଟିଏ ଛତା ତଳେ ଏକାଠି ହୋଇଥିଲେ ଯାହା ଇଣ୍ଡିଆ ମେଣ୍ଟ। ଏହି ମେଣ୍ଟର ଆଦର୍ଶ ଭିନ୍ନ । ରାଜ୍ୟ ଭିତ୍ତିରେ ସମୀକରଣ ଭିନ୍ନ। ଆମେ ସିପିଏମ୍ ସହ ମେଣ୍ଟ କରିଥିଲୁ ଏବଂ ଟିଏମସିକୁ ଆଲୋଚନା ପାଇଁ ନିମନ୍ତ୍ରଣ କରିଥିଲୁ। କିନ୍ତୁ ସେମାନେ ପଶ୍ଚିମବଙ୍ଗର ସମସ୍ତ ୪୨ଟି ଆସନରେ ନିଜର ପ୍ରାର୍ଥୀ ଘୋଷଣା କରିଛନ୍ତି ବୋଲି ସରକାର କହିଛନ୍ତି।

କଂଗ୍ରେସ ସବୁବେଳେ ନିଜ ଦ୍ୱାର ଖୋଲା ରଖିଛି। ଏହା ଦେଶର ମଙ୍ଗଳ ପାଇଁ ବୋଲି ସେ କହିଛନ୍ତି। ପଶ୍ଚିମବଙ୍ଗ କଂଗ୍ରେସ ସଭାପତି ଭାବେ ସରକାର କହିଛନ୍ତି ଯେ ରାଜ୍ୟରେ ଦଳକୁ ସୁଦୃଢ଼ କରିବା ତାଙ୍କର ଲକ୍ଷ୍ୟ ହେବ।

୨୦୨୪ ଲୋକସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ୟୁସୁଫ ପଠାନଙ୍କ ଠାରୁ ପରାଜିତ ହୋଇଥିଲେ ଅଧୀର। ଏହାପରେ ପଶ୍ଚିମବଙ୍ଗ ପ୍ରଦେଶ କଂଗ୍ରେସ କମିଟି ସଭାପତି ପଦରୁ ଇସ୍ତଫା ଦେଇଥିଲେ ଅଧୀର ରଞ୍ଜନ ଚୌଧୁରୀ। ନିଜ ନିର୍ବାଚନ ମଣ୍ଡଳୀ ବାହାରମପୁରରୁ କ୍ରମାଗତ ୫ ଥର ବିଜୟୀ ହୋଇଥିବା ଅଧୀର ଚଳିତ ନିର୍ବାଚନରେ ହାରିଥିଲେ। ଆଉ ପରେ ପିସିସି ସଭାପତି ପଦରୁ ବିଦା ହୋଇଥିଲେ। ପରେ ଦଳର ହାଇକମାଣ୍ଡ ଏବେ ତାଙ୍କ ସ୍ଥାନରେ ରାଜ୍ୟ ସଭାପତି ଭାବେ ଶୁଭଙ୍କରଙ୍କୁ ନିଯୁକ୍ତ ଦେଇଛନ୍ତି।

ଶୁଭଙ୍କର ସରକାରଙ୍କ ନିଯୁକ୍ତି ପ୍ରସଙ୍ଗରେ ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି, ମୁଁ କିଛି କହିବାକୁ ଚାହୁଁନାହିଁ। ଯେ କେହି ପିସିସି ସଭାପତି ହୋଇପାରିବେ। ଦଳର ରାଜ୍ୟ ସଭାପତି ଚୟନ କରିବାର ଅଧିକାର ଦଳୀୟ ହାଇକମାଣ୍ଡଙ୍କ ପାଖରେ ରହିଛି। “

Leave A Reply

Your email address will not be published.