Latest Odisha News

BREAKING NEWS

ଖୁବଶୀଘ୍ର ରିଲିଜ ହେବ ଫିଲ୍ମ “12 ‘o’ clock”

ମୁମ୍ବାଇ: ହରର୍ ଫିଲ୍ମ ନିର୍ମାଣ କରିବାରେ ବେଶ ମାହିର ରାମ ଗୋପାଳ ବର୍ମା । ରାତ, ଭୂତ ଓ ବାସ୍ତୁ ଶାସ୍ତ୍ର ଭଳି ଫିଲ୍ମ ଜରିଆରେ ସେ ଦର୍ଶକଙ୍କୁ ବେଶ ପ୍ରଭାବିତ କରିଥିଲେ । ଏହି ଧାରାକୁ ବଜାୟ ରଖିବା ପାଇଁ ସେ ଖୁବଶୀଘ୍ର ଫିଲ୍ମ “12 ‘o’ clock”- ଅନ୍ଦର କା ଭୂତ ରିଲିଜ୍ କରିବାକୁ ଯାଉଛନ୍ତି ।

BjdElectrycity

ଏହି ସାଇକୋଲଜିକାଲ୍ ହରର୍ ମୁଭିକୁ ରାମ ଗୋପାଳ ଓଟିଟି ନୁହେଁ ବରଂ ସିନେମା ହଲରେ ରିଲିଜ କରିବାକୁ ଯୋଜନା କରିଛନ୍ତି । ପ୍ରାୟ ୫ ମାସ ପୂର୍ବେ ଏହି ଫିଲ୍ମର ଟିଜର୍ ରିଲିଜ୍ ହୋଇଥିଲା । ହେଲେ କରୋନା ମହାମାରୀ ପରଠୁ ଏହାର ରିଲିଜ ଡେଟ୍ ଅନିଶ୍ଚିତତା ଘେରରେ ରହିଥିଲା । ଶେଷରେ ଏହି ଫିଲ୍ମର ରିଲିଜ ଡେଟ୍ ସାମ୍ନାକୁ ଆସିଛି ।

ରାମ ଗୋପାଳଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ମିଥୁନ ଚକ୍ରବର୍ତ୍ତୀ, ମକରନ୍ଦ ଦେଶପାଣ୍ଡେ, ଦିବ୍ୟା ଜଗ୍‌ଦଲେ, ମାନବ କୌଲ, ଅଲ୍ଲି ଅଜଗର, ଆଶିଷ ବିଦ୍ୟାର୍ଥୀ, ଦଲିପ ତାହିଲ ଓ ଫ୍ଲୋରା ସୈନୀଙ୍କ ମଧ୍ୟ ଦେଖିବାକୁ ମିଳିବ । ଜାନୁଆରୀ ୮, ୨୦୨୧ରେ ଫିଲ୍ମଟି ଦର୍ଶକଙ୍କ ସାମ୍ନାକୁ ଆସିବ ।

Leave A Reply

Your email address will not be published.