Latest Odisha News

ଛୁଟି ନମିଳିବାରୁ ୪ ଜଣଙ୍କୁ ଛୁରୀ ଭୁସି ଦେଲେ ଯୁବକ, ପୋଲିସର ତଦନ୍ତ ଆରମ୍ଭ

କୋଲକାତା: ଛୁଟି ନମିଳିବାରୁ ୪ ସହକର୍ମୀଙ୍କୁ ଛୁରୀରେ ଆକ୍ରମଣ । ପଶ୍ଚିମବଙ୍ଗ ବୈଷୟିକ ଶିକ୍ଷା ବିଭାଗର କର୍ମଚାରୀ ଅମିତ କୁମାର ସରକାର, ତାଙ୍କର ୪ ଜଣ ସହକର୍ମୀଙ୍କୁ ଛୁରୀରେ ଆହତ କରିଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଶୁକ୍ରବାର ଠିକ ସମୟରେ ଅଫିସ ଆସିଥିଲେ ଅମିତ ସରକାର । ଛୁଟିକୁ ନେଇ ତାଙ୍କର ସହକର୍ମୀଙ୍କ ସହ ପ୍ରଥମେ କିଛିଟା ବଚସା ହୋଇଥିଲା । ପରେ ସେ ଏକ ଛୁରୀ ଦ୍ବାରା ସେମାନଙ୍କୁ ଆକ୍ରମଣ କରିଥିଲେ ।

ଆକ୍ରମଣ ପରେ ରକ୍ତଭିଜା ଛୁରୀ ଧରି ସେ ରାସ୍ତାରେ ଯାଉଥିଲେ । ରାସ୍ତାରେ ଯାଉଥିବା ଅନ୍ୟ ଲୋକମାନେ ତାଙ୍କ ପାଖକୁ ନଆସିବାକୁ ସେ ଧମକାଉଥିଲେ । ତେବେ ପୋଲିସ କୌଶଳ କରି ତାଙ୍କୁ ଗିରଫ କରିଛି । କାହିଁକି ଛୁଟିକୁ ନେଇ ଏଭଳି ଘଟଣା ହେଲା, ପୋଲିସ ତାର ତଦନ୍ତ କରୁଛି । ତେବେ ଅମିତ କୁମାର ମାନସିକ ସ୍ତରରେ ଠିକ ନଥିବା ସନ୍ଦେହ କରୁଛି ପୋଲିସ ।

ପୋଲିସ କହିଛି ଯେ ଯେତେବେଳେ ସିନିୟରମାନେ ଅମିତଙ୍କୁ ଛୁଟି ଦେବାକୁ ମନା କରିଥିଲେ, ସେତେବେଳେ ସେ ରାଗି ଯାଇଥିଲେ। ତାଙ୍କୁ କାହିଁକି ଛୁଟି ଦିଆଯାଇନଥିଲା ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ସେ ମାନସିକ ସ୍ତରରେ ଅସୁସ୍ଥ ଥିବା ପୋଲିସ ସନ୍ଦେହ କରୁଛି।

Comments are closed.