Latest Odisha News

BREAKING NEWS

ତେଜୁଛି ବଙ୍ଗଳା ହିଂସା: କର୍ଫ୍ୟୁ ଲାଗୁ, ଇଣ୍ଟରନେଟ୍‌ ସେବା ବନ୍ଦ

କୋଲକାତା: ପଶ୍ଚିମବଙ୍ଗ ମୁର୍ସିଦାବାଦ ଜିଲ୍ଲା ସାମ୍ପ୍ରଦାୟିକ ହିଂସା। ମୁର୍ସିଦାବାଦର ବେଲଡାଙ୍ଗା ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ଯାହା ପରେ କର୍ତ୍ତୃପକ୍ଷଙ୍କୁ ଉକ୍ତ ଅଞ୍ଚଳରେ କର୍ଫ୍ୟୁ ଲାଗୁ କରିଛି। ଡିଜିଟାଲ ଡିସ୍‌ପ୍ଲେ ବୋର୍ଡରେ ଆପତ୍ତିଜନକ ବାର୍ତ୍ତା ପ୍ରଦର୍ଶନକୁ ନେଇ ଏହି ସଂଘର୍ଷ ଘଟିଛି। ଏହି ମାମଲାରେ ପୋଲିସ ୧୫ ଜଣଙ୍କୁ ଗିରଫ କରିଛି।

କାର୍ତ୍ତିକ ପୂଜା ପାଣ୍ଡାଲ ନିକଟରେ ଥିବା ଏକ ଫାଟକରେ ଡିସ୍‌ପ୍ଲେ ବୋର୍ଡରେ ଲେଖାଯାଇଥିବା ବାର୍ତ୍ତା ବିଷୟରେ ଜାଣିବା ପରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଥିଲା। ଦୁଇ ଗୋଷ୍ଠୀ ପରସ୍ପରକୁ ପଥର ପିଙ୍ଗିବା ସହ ଲାଠି ମାଡ଼ କରିଥିଲେ। ବେଲଡଙ୍ଗାରେ ଘଟିଥିବା ଏହି ସଂଘର୍ଷରେ କିଛି ଲୋକ ସାମାନ୍ୟ ଆହତ ହୋଇଛନ୍ତି। ପ୍ରଭାବିତ ଅଞ୍ଚଳରେ ଇଣ୍ଟରନେଟ୍ ସେବା ମଧ୍ୟ ବନ୍ଦ ରଖାଯାଇଛି।

ସୂଚନାନୁସାରେ, ଅନେକ ଦୋକାନ ଏବଂ ଘର ଭଙ୍ଗାରୁଜା କରାଯାଇଥିଲା ଏବଂ ଦେଶି ବୋମା ମାଡ଼ ମଧ୍ୟ କରାଯାଇଥିଲା। ଏକ ପୋଲିସ ଗାଡି ଉପରକୁ ମଧ୍ୟ ଆକ୍ରମଣ କରାଯାଇଥିଲା। ଯାହା ପରେ ପୋଲିସ ଲାଠି ମାଡ଼ କରିଥିଲା। ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା ସୁଦ୍ଧା ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି। ଏହି ସଂଘର୍ଷରେ ସମ୍ପୃକ୍ତ ଥିବା ୧୫ ଜଣଙ୍କୁ ଗିରଫ କରାଯାଇଥିବା ପୋଲିସ କହିଛି।

 

Comments are closed.