ଭୁବନେଶ୍ୱର: ଭୁବନେଶ୍ୱର ଭରତପୁର ଅଞ୍ଚଳରେ ବଙ୍ଗୀୟ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ଉକ୍ତ ମହିଳାଙ୍କ ସ୍ୱାମୀ ପାଖରେ ନଥିବା ବେଳେ ତାଙ୍କୁ ଅଭିଯୁକ୍ତ ଜଣକ ଟଣାଓଟରା କରିବା ସହ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଭରତପୁର ଜିଏ କଲୋନୀର ଏକ ହୋଟେଲରେ ସ୍ୱାମୀଙ୍କ ସହ ରହୁଛନ୍ତି ମହିଳା।
ଅପରପକ୍ଷରେ ମହିଳା ଜଣକ ଏନେଇ ଥାନାରେ ଅଭିଯୋଗ କରିଥିଲେ। ଯାହା ପରେ ଭରତପୁର ପୋଲିସ୍ ଘଟଣାର ତଦନ୍ତ କରିବା ସହ ଉକ୍ତ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡିଛି।
Comments are closed.