Latest Odisha News

BREAKING NEWS

ୱେଷ୍ଟଇଣ୍ଡିଜ ବିପକ୍ଷରେ ଅଷ୍ଟ୍ରେଲିଆର ସର୍ବବୃହତ ବିଜୟ

ମେଲବୋର୍ଣ୍ଣ: ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଅଷ୍ଟ୍ରେଲିଆ ୪୧୯ ରନରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ୨ ମ୍ୟାଚ ବିଶିଷ୍ଟ ସିରିଜରେ କ୍ଲିନ ସୁଇପ କରିଛି । ରନ ଦୃଷ୍ଟିକୋଣରୁ ଟେଷ୍ଟରେ ୱେଷ୍ଟଇଣ୍ଡିଜର ଏହା ସର୍ବବୃହତ ପରାଜୟ । ଏହା ପୂର୍ବରୁ ଅଷ୍ଟ୍ରେଲିଆ ୧୯୬୯ରେ ୩୮୨ ରନରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଥିଲା । ଆଡିଲେଡରେ ୪୯୭ ରନର ବିଜୟ ଲକ୍ଷ୍ୟକୁ ପିଛା କରି ୱେଷ୍ଟଇଣ୍ଡିଜ ୭୭ ରନରେ ଅଲଆଉଟ ହୋଇ ଯାଇଥିଲା । ତେଗନାରାୟଣ ଚନ୍ଦରପାଲ ସର୍ବାଧିକ ୧୭ ରନ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ, ମିଚେଲ ନିସାର ଓ ସ୍କଟ ବୋଲ୍ଡନ ୩ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ ।

ପୂର୍ବରୁ ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୭ ୱିକେଟ ବିନିମୟରେ ୫୧୧ ରନ କରି ଇନିଂସ ଘୋଷଣା କରିଥିଲେ । ମାର୍ନସ ଲାବୁସେନ ୧୬୩ ଓ ଟ୍ରେଭିସ ହେଡ ୧୭୫ ରନର ଇନିଂସ ଖେଳିଥିଲେ । ଜବାବରେ ୱେଷ୍ଟଇଣ୍ଡିଜ ୨୧୪ ରନ କରିବାକୁ ସକ୍ଷମ ହୋଇଥିଲା । ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସ ୧୯୯/୬ରେ ଘୋଷଣା କରିଥିଲା । ପ୍ରଭାବୀ ପ୍ରଦର୍ଶନ ପାଇଁ ହେଡ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

Leave A Reply

Your email address will not be published.