Latest Odisha News

BREAKING NEWS

ଜିମ୍ବାୱେକୁ ୩୧ ରନରେ ହରାଇଲା ୱେଷ୍ଟଇଣ୍ଡିଜ

ହୋବାର୍ଟ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ବୁଧବାର ୱେଷ୍ଟଇଣ୍ଡିଜ ୩୧ ରନରେ ଜିମ୍ବାୱେକୁ ପରାସ୍ତ କରିଛି । ଟସ ଜିତି ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ ବିପକ୍ଷ ଦଳ ସମ୍ମୁଖରେ ୧୫୪ ରନର ଟାର୍ଗେଟ ରଖିଥିଲା । ଜନଶନ ଚାର୍ଲସ ଦଳ ପକ୍ଷରୁ ସର୍ବାଧିକ ୪୫ ରନ ସଂଗ୍ରହ କରିଥିଲେ । ରୋଭମାନ ପାୱେଲ ୨୮ ଓ ଆକେଲ ହୋସେନ ୨୩ ରନ କରିଥିଲେ । ସିକନ୍ଦର ରାଜା ୩ଟି ଏବଂ ବ୍ଲେସିଂ ମୁଜାରବାନୀ ୨ଟି ୱିକେଟ ହାସଲ କରିଥିଲେ । ସୁବିଧାଜନକ ସ୍ଥିତିରେ ଥିବା ୱେଷ୍ଟଇଣ୍ଡିଜ ଏକଦା ୧୧ ରନରେ ୪ଟି ୱିକେଟ ହରାଇ ବିପଦ ଡାକି ଆଣିଥିଲା । ଏଥିଯୋଗୁ ଦଳ ବଡ ସ୍କୋର କରିପାରି ନ ଥିଲା । ଜବାବରେ ଜିମ୍ବାୱେ ଟିମ ୧୮.୨ ଓଭରରେ ୧୨୨ ରନ କରି ଅଲଆଉଟ ହୋଇ ଯାଇଥିଲା ।

ୱେସଲେ ମାଧେବେରେ ୨୭ ଓ ଲ୍ୟୁକ ଜୁଙ୍ଗୱେ ୨୯ ରନ କରିଥିଲେ । ୱେଷ୍ଟଇଣ୍ଡିଜ ପକ୍ଷରୁ ଆଲଜାରୀ ଜୋସେଫ ସର୍ବାଧିକ ୪ଟି ୱିକେଟ ଅକ୍ତିଆର କରିଥିଲେ । ସେ ମ୍ୟାନ ଅଫ ଦି ମ୍ୟାଚ ମଧ୍ୟ ବିବେଚିତ ହୋଇଥିଲେ । ପ୍ରଥମ ମ୍ୟାଚରେ ୱେଷ୍ଟଇଣ୍ଡିଜ ପରାଜିତ ହୋଇଥିବାରୁ ଏହି ମ୍ୟାଚରେ ଦଳ ପାଇଁ ବିଜୟ ଜରୁରୀ ହୋଇ ପଡିଥିଲା ।

Comments are closed.