Latest Odisha News

BREAKING NEWS

ଏସିଆରେ ସବୁଠାରୁ ବଡ ଟାର୍ଗେଟ ଚେଜ କରି ଇତିହାସ ରଚିଲା ୱେଷ୍ଟଇଣ୍ଡିଜ

ଚଟ୍ଟଗାଁଓ: ବାଂଲାଦେଶ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ୱେଷ୍ଟଇଣ୍ଡିଜ ଐତିହାସିକ ବିଜୟ ହାସଲ କରିଛି । ୱେଷ୍ଟଇଣ୍ଡିଜ ଟିମ୍ ଏସିଆ ମହାଦେଶରେ ସର୍ବାଧିକ ରନ ଚେଜ୍ କରିବା ଗୌରବ ଅର୍ଜନ କରିଛି । କାୟଲ ମାୟର୍ସଙ୍କ ଦ୍ୱିଶତକ ବଳରେ ୱେଷ୍ଟଇଣ୍ଡିଜ ୩୯୫ ରନର ଲକ୍ଷ୍ୟକୁ ୭ ଉଇକେଟ ହରାଇ ହାସଲ କରି ନେଇଥିଲା । ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୪୩୦ ରନ କରିଥିଲା । ଜବାବରେ ୱେଷ୍ଟଇଣ୍ଡିଜ ୨୫୯ ରନ କରିବାକୁ ସକ୍ଷମ ହୋଇଥିଲା । ଦ୍ୱିତୀୟ ଇନିଂସରେ ବାଂଲାଦେଶ ୮ ଉଇକେଟ ବିନିମୟରେ ୨୨୩ ରନ କରି ଇନିଂସ ଘୋଷଣା କରିଥିଲା । ଯାହାକୁ ୱେଷ୍ଟଇଣ୍ଡିଜ ହାସଲ କରି ନେଇଥିଲା ।

ପୂର୍ବରୁ ଶ୍ରୀଲଙ୍କା ୨୦୧୭ରେ ଗାଲେ ଜିମ୍ବାୱେ ବିପକ୍ଷରେ ୩୯୧ ରନ ଚେଜ କରିବାରେ ସଫଳ ହୋଇଥିଲା । ମାୟର୍ସ ୪ର୍ଥ ଇନିଂସରେ ସର୍ବାଧିକ ରନ କରିବାରେ ୟୁନୁସ ଖାଁଙ୍କ ରେକର୍ଡ ଭାଙ୍ଗିଛନ୍ତି । ସେହିପରି ପଦାର୍ପଣ ଟେଷ୍ଟରେ ଦ୍ୱିଶତକ ହାସଲରେ ସେ ଷଷ୍ଠ ଖେଳାଳି ହୋଇଛନ୍ତି ।

Comments are closed.