Latest Odisha News

BREAKING NEWS

ପୂଜାରା, ପନ୍ତଙ୍କ ଆକର୍ଷଣୀୟ ବ୍ୟାଟିଂ: ଟିମ୍ ଇଣ୍ଡିଆ ୨୫୭/୬

ଚେପକ: ଇଂଲଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟର ତୃତୀୟ ଦିବସ ଖେଳ ଶେଷ ପରେ ଭାରତ ଦଳ ଫଲୋଅନ ଏଡାଇବା ପାଇଁ ସଂଘର୍ଷ ଜାରି ରଖିଛି । ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋର ୫୭୮ ରନ ଜବାବରେ ଟିମ୍‌ଇଣ୍ଡିଆ ୬ ଉଇକେଟ ବିନିମୟରେ ୨୫୭ ରନ ସଂଗ୍ରହ କରିଛି । ଚେତେଶ୍ୱର ପୂଜାରା (୭୩) ଓ ଋଷଭ ପନ୍ତ (୯୧) ଆକର୍ଷଣୀୟ ଅର୍ଦ୍ଧଶତକ ହାସଲ କରି ଭାରତର ସମ୍ମାନ କିଛି ମାତ୍ରାରେ ରଖିଛନ୍ତି । ଘରୋଇ ଦଳ ଏବେ ବି ଇଂଲଣ୍ଡ ସ୍କୋରଠାରୁ ୩୨୧ ରନ ପଛରେ ରହିଛି ।

ରୋହିତ ଶର୍ମା (୬), ଶୁଭମନ ଗିଲ (୨୯), ବିରାଟ କୋହଲି(୧୧), ଅଜିଙ୍କ୍ୟ ରାହାନେ(୧) ରନ କରି ପ୍ୟାଭିଲିୟନ ଫେରି ଯାଇଛନ୍ତି । ଷ୍ଟମ୍ପ୍ସ ଅପସାରଣ ବେଳକୁ ୱାଶିଂଟନ ସୁନ୍ଦର ୩୩ ଓ ରବିଚନ୍ଦ୍ରନ ଅଶ୍ୱୀନ ୮ ରନ କରି ଅପରାଜିତ ରହିଛନ୍ତି । ଇଂଲଣ୍ଡ ପକ୍ଷରୁ ଡମ ବେସ୍ ୪ଟି ଏବଂ ଜୋଫ୍ରା ଆର୍ଚ୍ଚର ୨ଟି ଉଇକେଟ ଅକ୍ତିଆର କରିଥିଲେ ।

Leave A Reply

Your email address will not be published.