Latest Odisha News

ପଶ୍ଚିମବଙ୍ଗ ଟ୍ୟାବ ସ୍କାମ: ୧୯୧୧ ଛାତ୍ରଙ୍କ ସହ ଧୋକା, ୧୧ ଗିରଫ

କୋଲକାତା : ପଶ୍ଚିମବଙ୍ଗରେ ଟ୍ୟାବ ସ୍କାମ। ୧୯୧୧ ଛାତ୍ରଛାତ୍ରୀଙ୍କ ସହ ଧୋକା। ପଥ ପଢାରେ ଉନ୍ନତି ପାଇଁ ପଶ୍ଚିମବଙ୍ଗ ସରକାର ମେଧାବୀ ଛାତ୍ରମାନଙ୍କୁ ୧୦୦୦୦ ଟଙ୍କା ଟ୍ୟାବ କିଣିବାକୁ ଦେଇଥିଲେ। ସେମାନଙ୍କ ବ୍ଯାଙ୍କ ଆକାଉଣ୍ଟକୁ ଏହି ତାଙ୍କ ଯାଇଥିଲା। ସ୍କୁଲର ୟୁଜର ଆଇଡି ଓ ପାସୱାର୍ଡ ହ୍ୟାକ ହେବାପରେ ସରକାରଙ୍କ ସମସ୍ତ ଟଙ୍କା ମେଧାବୀ ଛାତ୍ରଛାତ୍ରୀଙ୍କ ପରିବର୍ତ୍ତେ ଅନ୍ୟ କେଉଁ ଆକାଉଣ୍ଟରେ ଜମା ହୋଇଥିବା ଜାଣିବାକୁ ମିଳିଚି। ଏହି ଘୋଟାଲାରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। ଯାହାକୁ ଟ୍ୟାବ ପାଇଁ ପଇସା ନାମିଳିଛି ତାହା ସରକାର ବହନ କରିବେ ବୋଲି ସେ ପିଲାମାନଙ୍କୁ ବୁଝାଇଛନ୍ତି।

ସୂଚନା ଅନୁସାରେ, ଏହି ମାମଲାରେ ୯୩ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି। ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ୧୧ ଜଣ ଗିରଫ ହୋଇ ସାରିଲେଣି।

୨୪ ଘଣ୍ଟା ଭିତରେ ପୂର୍ବ ମେଦିନିପୁରରୁ ୩ ଜଣ ଗିରଫ ହୋଇ ସାରିଛନ୍ତି। ଏମାନଙ୍କର ଏକ ଟିମ୍ କୁ ପୋଲିସ ସନ୍ଧାନ କରିଛି। ଏମାନେ ସାଇବର କ୍ରାଇମ କରୁଥିବା ପୋଲିସ ସୂଚନା ଦେଇଛି। ଏହି ଟିମ୍ ମହାରାଷ୍ଟ୍ର, ଝାଡ଼ଖଣ୍ଡ ଓ ରାଜସ୍ଥାନରେ କାମ କରୁଥିବା ଜାଣିବାକୁ ମିଳିଛି।

Leave A Reply

Your email address will not be published.