Latest Odisha News

ଭାରତୀୟ କୁସ୍ତି ସିଂଘ ନିର୍ବାଚନ ଅଗଷ୍ଟ ୧୨ରେ

ନୂଆଦିଲ୍ଲୀ: ଅଗଷ୍ଟ ୧୨ରେ ଭାରତୀୟ କୁସ୍ତି ସଂଘର ନିର୍ବାଚନ ହେବ ବୋଲି ଶୁକ୍ରବାର ଘୋଷଣା କରାଯାଇଛି । ପୂର୍ବରୁ ଆଡହକ କମିଟି ନିର୍ବାଚନ ଜୁଲାଇ ୬ରେ ହେବ ବୋଲି ଧାର୍ଯ୍ୟ କରିଥିଲେ । ମହାରାଷ୍ଟ୍ର, ହରିୟାଣା, ତେଲେଙ୍ଗାନା, ରାଜସ୍ଥାନ ଓ ହିମାଚଳପ୍ରଦେଶକୁ ଏଥିପାଇଁ ଅଯୋଗ୍ୟ ଘୋଷିତ କରାଯାଇଥିବାରୁ ଏହି ରାଜ୍ୟ ଆସୋସିଏଶନଗୁଡିକ ଏକକ ଶୁଣାଣୀ ପାଇଁ ଆବେଦନ କରିଥିଲେ । ଏହା ପରେ ଗୌହାଟୀ ହାଇକୋର୍ଟଙ୍କ ରହିତାଦେଶ ଯୋଗୁ ଏହି ନିର୍ବାଚନ ହୋଇପାରି ନ ଥିଲା । ମହାରାଷ୍ଟ୍ର ଏହି ନିର୍ବାଚନ ପ୍ରକ୍ରିୟାରେ ସାମିଲ ହୋଇପାରିବ ନାହିଁ ବୋଲି ଶୁକ୍ରବାର ରିଟର୍ଣ୍ଣିଂ ଅଫିସର ଜଷ୍ଟିସ ଏମଏମ କୁମାର ସ୍ପଷ୍ଟ କରିଛନ୍ତି ।

ଏବେ ୨୪ଟି ରାଜ୍ୟ ଆସୋସିଏଶନ ସମେତ ୪୮ ଇଲେକ୍ଟୋରାଲ କଲେଜର ଭୋଟିଂ ଅଧିକାର ପାଇବେ । ଅଗଷ୍ଟ ୧ରେ ପ୍ରାର୍ଥୀପତ୍ର ଦାଖଲ ହେବ ଏବଂ ଯାଂଚ ପରେ ୭ରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇ । ବ୍ରିଜଭୂଷଣ ଶରଣ ସିଂଙ୍କୁ ନେଇ ଉପୁଜିଥିବା ବିବାଦୀୟ ପରିସ୍ଥିତି ପରେ ଏବେ ଏହି ନିର୍ବାଚନ ଉପରେ ସମସ୍ତଙ୍କ ନଜର ରହିଛି ।

Comments are closed.