Latest Odisha News

ସତରେ ଥିଲା କି ଗୁପ୍ତ ସୁଡଙ୍ଗ….କ’ଣ ଯାଞ୍ଚ କଲା ରାଡର୍? ବଢୁଛି ଉତ୍କଣ୍ଠା

ପୁରୀ: ଶେଷ ହେଲା ଏଏସଆଇ ଦ୍ବାରା ରତ୍ନଭଣ୍ଡାରର ବୈଷୟିକ ଯାଞ୍ଚ ପ୍ରକ୍ରିୟା । ଏହି ସର୍ଭେରେ ୩ଟି ଆଣ୍ଟିନା ମାଧ୍ୟମରେ ଭିତର ରତ୍ନଭଣ୍ଡାରର ସମସ୍ତ ଡାଟା ଜେନେରେଟ କରିଛି ଏନଜିଆରଆଇ ଟିମ୍ । ଏହାର ଚୂଡାନ୍ତି ରିପୋର୍ଟ ଆସିବା ପରେ ସବୁ ଚର୍ଚ୍ଚା ଉପରୁ ପରଦା ହଟିବ । ବାସ୍ତବରେ ଭିତର ରତ୍ନଭଣ୍ଡାରରେ କିଛି ଗୁପ୍ତ ସୁଡଙ୍ଗ ତଥା କିଛି ଗୁପ୍ତ କୋଠରୀ ରହିଛି କି ନାହିଁ । ଏନେଇ ଏବେ ସର୍ଭେ ସରିଥିବା ବେଳେ ଉତ୍କଣ୍ଡା ବଢି ଚାଲିଛି ରିପୋର୍ଟ ନେଇ । କ’ଣ କହିବ ରିପୋର୍ଟ? ରତ୍ନ ଭଣ୍ଡାର ଚଟାଣ ତଳେ କ’ଣ ରହିଛି ନ ରହିଛି ସେନେଇ ଖୁବଶୀଘ୍ର ଚୂଡାନ୍ତ ରିପୋର୍ଟ ଦେବ ଏନଜିଆରଆଇ ଟିମ୍ ।  ଯାହାକୁ ନେଇ ୭ଟି ଷ୍ଟେଜରେ ସଂଗ୍ରହ ହୋଇଥିବା ସର୍ଭେ ଡାଟାକୁ ଲାବରେ ବ୍ୟାଖ୍ୟା କରାଯିବା ପରେ ମିଳିବ ପ୍ରକୃତ ତଥ୍ୟ ।

ତେବେ ଏହି ସର୍ଭେରେ ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ ୱେଭ୍ ମାଧ୍ୟମରେ ଡାଟା ସଂଗ୍ରହ କରାଯାଇଛି ।ଡାଟା ଇମେଜ କ୍ଵାଲିଟିକୁ ଲାବରେ ଆସେମ୍ବଲ୍ କରାଯିବା ପରେ ଚୁଡାନ୍ତ ରିପୋର୍ଟ ପ୍ରସ୍ତୁତ କରିପାରିବେ ଏନଜିଆରଆଇ ବିଶେଷଜ୍ଞମାନେ ।ଉଭୟ ଭିତର ଓ ବାହାର ରତ୍ନ ଭଣ୍ଡାରରେ ରାଡର ସର୍ଭେ କରାଯାଇଛି ।ପୂର୍ବରୁ ଏଏସଆଇ ମଧ୍ୟ ରତ୍ନ ଭଣ୍ଡାର ବାହାର କାନ୍ଥରେ ଲେଜର୍ ସର୍ଭେ କରି ବିଭିନ୍ନ ଦିଗରେ ଫାଟ ଚିହ୍ନଟ କରିଥିଲା ।

ତେବେ ଚଳିତ ମାସ ୧୮ ତାରିଖରେ ଏନଜିଆରଆଇ ଟିମ୍ ମଧ୍ୟ ଲେଜର୍ ସର୍ଭେ କରିବା ପରେ ଗତକାଲି ଆଉ ଗୋଟିଏ ରାଉଣ୍ଡ ସର୍ଭେ ହୋଇଥିଲା । ଗତକାଲି ଓ ଆଜି ଦୁଇଦିନରେ ପ୍ରାୟ ୮ ଘଣ୍ଟା କାଳ ଭର୍ଟିକାଲ ଓ ହରାଇଜେଣ୍ଟାଲ ସର୍ଭେ ଜାରି କରି ବିଭିନ୍ନ ଡାଟା ସଂଗ୍ରହ କରିଛନ୍ତି ଏନଜିଆରଆଇ ଟିମ୍ । ପ୍ରାୟ ଅଧ ମିଟର ଅନ୍ତରରେ ବାରମ୍ବାର ସର୍ବେକ୍ଷଣ କରାଯାଇଅଛି ।ଜୁଲାଇ ୧୪ ରୁ ରତ୍ନ ଭଣ୍ଡାର ଖୋଲିବା ଓ ମରାମତି ନେଇ ପ୍ରକ୍ରିୟାକରଣ ଆରମ୍ଭ ହୋଇ ଜାରି ରହିଛି । ମରାମତି ପୂର୍ବରୁ ପୂର୍ଣ୍ଣାଙ୍ଗ ବୈଷୟିକ ସର୍ଭେ ରିପୋର୍ଟ ହସ୍ତଗତ କରିବାକୁ ଏସଓପିରେ ଉଲ୍ଲେଖ ରହିଛି । ରତ୍ନ ଭଣ୍ଡାର ପୂର୍ଣ୍ଣାଙ୍ଗ ମରାମତି ପରେ ରତ୍ନ ଅଳଙ୍କାର ସବୁ ସ୍ଥାନାନ୍ତରଣ କରାଯାଇ ଏହାର ଗଣତିମଣତି ପ୍ରକ୍ରିୟା ହେବ ।

Leave A Reply

Your email address will not be published.