Latest Odisha News

BREAKING NEWS

ଇଂଲଣ୍ଡ ବିପକ୍ଷ ସିରିଜ ପୂର୍ବରୁ ଏହି ସବୁ ପ୍ରଶ୍ନର ଉତର ଖୋଜୁଛି ଚୟନକମିଟି

ନୂଆଦିଲ୍ଲୀ:ଜୁନ ୨୦ରୁ ଅଗଷ୍ଟ ୪ ପର‌୍ୟ୍ୟନ୍ତ ଇଂଲଣ୍ଡ ଗସ୍ତରେ ଭାରତ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ । ଏହି ସିରିଜ ପୂର୍ବରୁ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଅବସର ଘୋଷଣା ଚୟନ କମିଟି ପାଇଁ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । ଇଂଲଣ୍ଡ ବିପକ୍ଷ ସିରିଜକୁ ୱାଲ୍ଡ ଟେଷ୍ଟ ସିରିଜ ଚାମ୍ପିୟନଶିପର ନୂତନ ଚକ୍ର ଆରମ୍ଭ ହେବ । ଏଥର ଚୟନ କମିଟି ପାଇଁ ଅନେକ ଗୁଡିଏ ପ୍ରଶ୍ନର ଉତର ଦେବାକୁ ରହିଛି ।

କିଏ ହେବ ଅଧିନାୟକ: ବିଦେଶ ଗସ୍ତରେ ଏବଂ ଇଂଲଣ୍ଡ ପରି ଶକ୍ତିଶାଳୀ ଟିମ ବିପକ୍ଷ ସିରିଜରେ କିଏ ହେବେ ଅଧିନାୟକ? ଶୁଭମନ ଗିଲ, ଯଶପ୍ରୀତ ବୁମରାହ, କେଏଲ ରାହୁଲ ଓ ରିଷଭ ପନ୍ତଙ୍କ ନାମ ଉଠୁଥିବା ବେଳେ କେତେକ ରିପୋର୍ଟରେ ରବୀନ୍ଦ୍ର ଜାଡେଜା ଏହି ଦାୟିିତ୍ୱ ଦିଆଯିବା ନେଇ କୁହାଯାଉଛି । ତେବେ ଅଧିକାଂଶ ରିପୋର୍ଟରେ ଗିଲ ଆଗରେ ଥିବା ଅନୁମାନ କରାଯାଉଛି । ଟିମ ଭଲ ପ୍ରଦର୍ଶନ କଲେ ଚୟନ କମିଟି ମୂଖ୍ୟ ଅଜିତ ଅଗରକର ଓ କୋଚ ଗୌତମ ଗମ୍ଭୀର ନିଶ୍ଚିତ ଭାବେ ଟାର୍ଗେଟରେ ରହିବେ ।ଯଶସ୍ୱୀଙ୍କ ସହ କିଏ କରିବେ ଓପନିଂ: ଇଂଲଣ୍ଡର ସୁଇଂ ପିଚରେ ଯଶସ୍ୱୀ ଜୈସୱାଲଙ୍କ ସହ କିଏ ଓପନିଂ କରିବେ ସେ ନେଇ ଚୟନ କମିଟି ଦ୍ୱନ୍ଦ୍ୱରେ ରହିଛି । କେଏଲ ରାହୁଲ, ଅଭିମନ୍ୟୁ ଈଶ୍ୱରନ ଓ ବି.ସାଇ ସୁଦର୍ଶନଙ୍କ ମଧ୍ୟରୁ ଜଣଙ୍କୁ ଚୟନ କରାଯାଇପାରେ ।
କୋହଲିଙ୍କ ସ୍ଥାନରେ କିଏ ଖେଳିବେ: ସଚିନ ତେନ୍ଦୁଲକରଙ୍କ ପରେ ବିରାଟ କୋହଲି ୪ ନମ୍ବର ସ୍ଥାନରେ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଥିଲେ । ବର୍ତମାନ ଟିମରେ ସେଭଳି କେହି ଖେଳାଳି ନାହାନ୍ତି ଯିଏ କି ଏହାକୁ ଭରଣା କରିବ । ରାହୁଲ ଓ ଗିଲ ଏହି ସ୍ଥାନ ସମ୍ଭାଳି ପାରନ୍ତି । ତେବେ ଏଥିପାଇଁ ଦୀର୍ଘ ଦିନ ଧରି ସ୍ଥିର ପ୍ରଦର୍ଶନ କରିବାକୁ ପଡିବ ।
ନୀତିଶଙ୍କ ପାଇଁ ରହିଛି କି ସୁଯୋଗ: ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିରେ ଅଲରାଉଣ୍ଡର ନୀତିଶ କୁମାର ରେଡ୍ଡୀ ପ୍ରଭାବୀ ପ୍ରଦର୍ଶନ କରିଥିଲେ । ଅବଶ୍ୟ ତାଙ୍କ ବୋଲିଂ ପ୍ରଦର୍ଶନ ସେ ଭଳି ଉତ୍ସାହଜନକ ରହି ନ ଥିଲା । ପେସ ସୁହାଉଥିବା ପିଚରେ ସେ ୪ର୍ଥ ମିଡିୟମ ପେସର ଦାୟିତ୍ୱ ତୁଲାଇ ପାରିବେ । ତାଙ୍କୁ ଏଥି ପାଇଁ ଶାର୍ଦ୍ଦୂଳ ଠାକୁରଙ୍କ ସହ କଡା ମୁକାବିଲା କରିବାକୁ ପଡିବ ।କେଉଁ ପେସ ବୋଲରଙ୍କୁ ସାମିଲ କରାଯିବ: ଯଶପ୍ରୀତ ବୁମରାହ ଓ ମହମ୍ମଦ ସାମୀଙ୍କ ନିକଟରେ ଫିଟନେସ ସମସ୍ୟା ରହିବ । ପ୍ରସିଦ୍ଧ କ୍ରିଷ୍ଣା, ଆକାଶଦୀପ, ମୁକେଶ କୁମାର ଓ ହର୍ଷିତ ରାଣାଙ୍କୁ ଭାରତୀୟ ଟିମରେ ସୁଯୋଗ ମିଳିପାରେ ।
କୂଲଦୀପଙ୍କୁ ମିଳିବ କି ସୁଯୋଗ: ଚୟନ କମିଟି ରବୀନ୍ଦ୍ର ଜାଡେଜାଙ୍କ ବ୍ୟତୀତ ଅନ୍ୟ ଜଣେ ସ୍ପିନରଙ୍କୁ ନିଶ୍ଚିତ ଭାବେ ଦଳରେ ନେବାକୁ ଚାହିଁବେ । ୱାଶିଂଟନ ସୁନ୍ଦର ନ୍ୟୁଜିଲାଣ୍ଡ ବିପକ୍ଷରେ ଭଲ ପ୍ରଦର୍ଶନ କରିଥିବା ବେଳେ ଅଷ୍ଟ୍ରେଲିଆରେ ନିରାଶ କରିଥିଲେ । କୁଲଦୀପ ସମସ୍ତ ପରିସ୍ଥିତିରେ ୱିକେଟ ନେବା ଦକ୍ଷତା ରଖିଥିବାରୁ ତାଙ୍କୁ ସୁଯୋଗ ମିିଳିବ ବୋଲି ଆଶା କରାଯାଉଛି ।

Comments are closed.