ଭୁବନେଶ୍ବର: ରାସ୍ତାମାନଙ୍କରେ ବିଭିନ୍ନ ପ୍ରକାରର ଚିହ୍ନ ଦେଖିବାକୁ ମିଳିଥାଏ । କେଉଁଠି ନିରବଚ୍ଛିନ୍ନ ଭାବେ ଧଳା ଲାଇନ୍ ରାସ୍ତା ମଝିରେ ଲମ୍ବିଥାଏ ତ କେଉଁଠି ଖଣ୍ଡଖଣ୍ଡ ହଳଦିଆ ଲାଇନ୍ ରାସ୍ତାରେ ଦେଖିବାକୁ ପାଉ । ଏପରି ଚିହ୍ନ କାହିଁକି ରାସ୍ତା ମଝିରେ ଦିଆଯାଇଥାଏ? ଆସନ୍ତୁ ଜାଣିବା ଏହି ବିଷୟରେ :
ସଲିଡ୍ ଧଳା ଲାଇନ୍: ଏହାର ଅର୍ଥ ହେଲା ଆପଣ ଯେଉଁ ଲାଇନ୍ରେ ଗାଡି ଚଲାଉଛନ୍ତି; ସେହି ଲାଇନ୍ରେ ହିଁ ରହିବେ । ଅନ୍ୟ ଲାଇନ୍କୁ ଯାଇ ପାରିବେ ନାହିଁ । କିମ୍ବା ଏହି ଗାର ଟପି କୌଣସି ଗାଡିକୁ ଅତିକ୍ରମ କରିପାରିବେ ନାହିଁ ।
ଖଣ୍ଡଖଣ୍ଡ ଧଳା ଲାଇନ୍ : ରାସ୍ତା ମଝିରେ ଖଣ୍ଡଖଣ୍ଡ ଧଳା ଲାଇନ୍ର ଅର୍ଥ ହେଲା ଆପଣ ଏହି ରାସ୍ତାରେ ଅନ୍ୟ ଗାଡିକୁ ଓଭର ଟେକ୍ କରି ପାରିବେ । କିନ୍ତୁ ସାବଧାନତା ସହ ଓଭରଟେକ୍ କରିବା ଉଚିତ୍ ।
ଡବଲ୍ ସଲିଡ୍ ଧଳା ଲାଇନ୍: ରାସ୍ତା ମଝିରେ ଡବଲ୍ ସଲିଡ୍ ଧଳା ଲାଇନ୍ ଥିଲେ ଆପଣ କୌଣସି ଗାଡିକୁ ଓଭର ଟେକ୍ କରି ପାରିବେ ନାହିଁ ।
ରାସ୍ତା କଡରେ ଥିବା ହଳଦିଆ ଲାଇନ୍: ବେଳେବେଳେ ଆମେ ଦେଖିଥାଉ ରାସ୍ତା କଡରେ ହଳଦିଆ ଲାଇନ୍ ଅଙ୍କିତ କରାଯାଇଥାଏ । ଏହାର ଅର୍ଥ ହେଲା ଏଠାରେ ପାର୍କିଙ୍ଗ୍ କରିବା ମନା ।
ସଲିଡ୍ ହଳଦିଆ ଲାଇନ: ରାସ୍ତା ମଝିରେ ସଲିଡ୍ ହଳଦିଆ ଲାଇନ୍ ଦେଖିବାକୁ ମିଳିଥାଏ । ଏହାର ଅର୍ଥ ହେଲା ନିଜ ଲାଇନ୍ ମଧ୍ୟରେ ରହି ଅନ୍ୟ ଗାଡିକୁ ଓଭର ଟେକ୍ କରି ପାରିବେ ।
ଡବଲ୍ ସଲିଡ୍ ହଳଦିଆ ଲାଇନ: ରାସ୍ତା ମଝିରେ ଡବଲ୍ ସଲିଡ୍ ହଳଦିଆ ଲାଇନ୍ର ଅର୍ଥ ହେଲା ଆପଣ ଯେଉଁ ଲାଇନ୍ରେ ଗାଡି ଚଲାଉଛନ୍ତି ସେହି ଲାଇନ୍ରେ ହିଁ ଗାଡି ଚଲାନ୍ତୁ । ଅନ୍ୟ ଲାଇନ୍କୁ ଯାଇ ପାରିବେ ନାହିଁ ।
ଖଣ୍ଡଖଣ୍ଡ ହଳଦିଆ ଲାଇନ୍: ଏପରି ଚିହ୍ନର ଅର୍ଥ ହେଲା ବେଗ ବଢେଇ ଅନ୍ୟ ଗାଡିକୁ ଓଭରଟେକ୍ କରିପାରିବେ ।
ସଲିଡ୍ ଓ ଖଣ୍ଡଖଣ୍ଡ ହଳଦିଆ ଲାଇନ୍: ରାସ୍ତା ମଝିରେ ସଲିଡ୍ ଓ ଖଣ୍ଡଖଣ୍ଡ ହଳଦିଆ ଲାଇନ୍ ଏକା ସାଙ୍ଗରେ ଥାଏ । ଏହାର ଅର୍ଥ ହେଲା ଆପଣ ଯଦି ସଲିଡ୍ ହଳଦିଆ ଲାଇନ୍ ପାଶ୍ୱର୍ରେ ଗାଡି ଚଳାଇଛନ୍ତି, ତେବେ ଆପଣ ଓଭରଟେକ୍ କରିପାରିବେ ନାହିଁ । କିନ୍ତୁ ଆପଣ ଖଣ୍ଡ ହଳଦିଆ ଲାଇନ୍ ଥିବା ପାଶ୍ୱର୍ରେ ଗାଡି ଚଲାଉଛନ୍ତି, ତେବେ ଅନ୍ୟ ଗାଡିକୁ ଅତିକ୍ରମ କରିପାରିବେ ।