ନୂଆଦିଲ୍ଲୀ: ପହଲଗାମ ହମଲା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଅଶାନ୍ତି ବଢିଛି । ପାକିସ୍ତାନ ବିରୋଧରେ ଅନେକ କୁଟନୈତିକ ପଦକ୍ଷେପ ନେଇଛି ଭାରତ । ପାକିସ୍ତାନ ବିରୋଧରେ ଭାରତ ସାମରିକ ଆକ୍ସନ ନେଇପାରେ ବୋଲି ଆଶଙ୍କା କରାଯାଉଛି । ତେବେ ପ୍ରଶ୍ନ ଉଠୁଛି, ଯଦି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହୁଏ ତେବେ କ’ଣ ହେବ? ଆମେରିକାର ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଦ୍ବାରା ୧୯୯୩ରେ ଉଲ୍ଲେଖ କରାଯାଇଥିବା ଗୁପ୍ତ ରିପୋର୍ଟରେ ଏହାର ଉତ୍ତର ଲେଖାଯାଇଛି । ନିକଟରେ ଏହାକୁ ସାର୍ବଜନୀନ କରାଯାଇଥିବା ବେଳେ ବର୍ତ୍ତମାନ ସ୍ଥିତିରେ ରିପୋର୍ଟର ତଥ୍ୟ ମେଳ ଖାଉଥିବା ବେଳେ ଚର୍ଚ୍ଚା ହେଉଛି । ଏଥିରେ ଭାରତୀୟ ସେନା ପାକିସ୍ତାନ ସେନାକୁ ବରବାଦ କରିଦେବ । ପୂରା ଦେଶ ନହେଲେ ବି ପାକିସ୍ତାନୀ ସେନା ବରବାଦ ହୋଇଯିବ ବୋଲି ରିପୋର୍ଟରେ ସୂଚନା ଦିଆଯାଇଛି ।
ସିଆଇଏ ରିପୋର୍ଟକୁ ନେଇ ହଲଚଲ୍
୧୯୯୩ର ଏହି ରିପୋର୍ଟରେ ଭାରତ ଓ ପାକିସ୍ତାନ ମଧ୍ୟରେ ସେନା ସନ୍ତୁଳନ, ଆର୍ଥିକ ବିକାଶ ଓ ରାଜନୈତିକ ମାହୋଲ ନେଇ ବିସ୍ତୃତ ଭାବେ ମୂଲ୍ୟାଙ୍କନ କରାଯାଇଛି । ଦୁଇ ଦେଶ ମଧ୍ୟରେ ପୂର୍ଣ୍ଣ ଯୁଦ୍ଧର ଆଶଙ୍କା ମାତ୍ର ୨୦ପ୍ରତିଶତ ରହିଛି । ତେବେ ବଡ଼ ଆତଙ୍କବାଦୀ ହମଲା ହେଲେ ଯୁଦ୍ଧ ଆଶଙ୍କା ବଢିପାରେ । ଯଦି କୌଣସି ସ୍ଥିତିରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହୁଏ, ତେବେ ଏଥିରେ ପାକିସ୍ତାନ ବରବାଦ ହୋଇଯିବ ବୋଲି ସିଆଇଏ ରିପୋର୍ଟରେ ଆକଳନ କରାଯାଇଛି। ଯୁଦ୍ଧ ହେଲେ ପାକିସ୍ତାନୀ ସେନା ବରବାଦ ହୋଇଯିବ ବୋଲି ଏଥିରେ ଦର୍ଶାଯାଇଛି ।
ପରମାଣୁ ହତିଆର…ବିଗିଡିପାରେ ସ୍ଥିତି
ଯୁଦ୍ଧ ରୋକିବା ଉଦ୍ୟମ ପରେ ବି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହେଲେ ସ୍ଥିତି ବିଗିଡିପାରେ । କାରଣ ଉଭୟ ଦେଶ ପାଖରେ ପରମାଣୁ ହତିଆର ରହିଛି । ଭାରତର ପାରମ୍ପରିକ ସାମରିକ ଶକ୍ତି ପାକିସ୍ତାନ ଅପେକ୍ଷା ଅଧିକ । ତେଣୁ ଭାରତ ସହ ସଂଘର୍ଷ ହେଲେ ନିଜ ସୁରକ୍ଷା ଦୃଷ୍ଟିରୁ ପରମାଣୁ ହତିଆରକୁ ବୀମା ଭାବେ ଦେଖେ ପାକିସ୍ତାନ । ସିଆଇଏର ଗୁପ୍ତ ରିପୋର୍ଟରେ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନ ସମ୍ଭାବନା ନେଇ ସଙ୍କେତ ଦିଆଯାଇଛି । ସୀମାରେ ଅନୁପ୍ରବେଶ ରୋକିବା ବା ଆତଙ୍କବାଦକୁ ସମର୍ଥନ କରିବା ନେଇ ପାକିସ୍ତାନକୁ ଦଣ୍ଡିତ କରିବା ନେଇ ପଦକ୍ଷେପ ନେଇପାରେ ଭାରତ ।
ପାକିସ୍ତାନକୁ ଭାରତର ଜବାବ
ଆରବ ସାଗରରେ ପାକିସ୍ତାନ କ୍ଷେପଣାସ୍ତ୍ର ପରୀକ୍ଷଣ କରିବାକୁ ଯାଉଥିବା ବେଳେ ଏହା ପୂର୍ବରୁ ଭାରତୀୟ ନୌସେନା ଦେଖାଇଛି ଡେଷ୍ଟ୍ରୟରର ଦମ୍ । ସମୁଦ୍ରରେ ପ୍ରବଳ ବେଗରେ ଉଡନ୍ତା ଟାର୍ଗେଟକୁ ସଫଳତାର ସହ ହମଲା କରିଛି ସ୍ବଦେଶୀ ଯୁଦ୍ଧପୋତ ଆଇଏନଏସ ସୁରତ । ସ୍ବଦେଶୀ ଯୁଦ୍ଧପୋତ ଡିଜାଇନ, ବିକାଶ ଓ ସଞ୍ଚାଳନରେ ଭାରତୀୟ ସେନାର ବର୍ଦ୍ଧିତ ଶକ୍ତିର ପ୍ରଦର୍ଶନ କରାଯାଇଛି । ଏହା ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ଭାରତକୁ ଆହୁରି ସଶକ୍ତ କରିବ । ପହଲଗାମ ହମଲା ପରେ ଆକ୍ସନ୍ ମୋଡରେ ରହିଛନ୍ତି କେନ୍ଦ୍ର ସରକାର । ଭାରତ ସରକାର ଗୋଟେ ପରେ ଗୋଟେ ନିଷ୍ପତ୍ତି ନେଉଛନ୍ତି । ଏହା ମଧ୍ୟରେ ଆରବ ସାଗର କରାଚୀ ଉପକୂଳରେ କ୍ଷେପଣାସ୍ତ୍ର ପରୀକ୍ଷଣ କରିବାକୁ ଯାଉଛି ପାକିସ୍ତାନ । ତେବେ ଏହା ପୂର୍ବରୁ ଦମ୍ ଦେଖାଇଛି ଭାରତୀୟ ନୌସେନା ।
Comments are closed.